ଆଜିଠୁ ଆରବିଆଇ ମୁଦ୍ରାନୀତି କମିଟି ବୈଠକ

ଆଜିଠୁ ଆରବିଆଇ ମୁଦ୍ରାନୀତି କମିଟି ବୈଠକ

 ଆଜିଠୁ ଆରବିଆଇ ମୁଦ୍ରାନୀତି କମିଟି ବୈଠକ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ର ମୁଦ୍ରାନୀତି କମିଟି (ଏମପିସି) ବୈଠକ ସୋମବାରଠାରୁ ବସିବାକୁ ଯାଉଛି । ତିନି ଦିନ ଧରି ବସିବାକୁ ଥିବା ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅଧ୍ୟକ୍ଷତା କରିବେ । ଚଳିତ ଆର୍ଥିକବର୍ଷରେ ଏହା ହେଉଛି ରିଜର୍ଭ ବ୍ୟାଙ୍କ ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା । ତେବେ ଅର୍ଥନୀତିକୁ ତ୍ୱରିତ କରିବା ପାଇଁ ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରମୁଖ ସୁଧହାରରେ ଅତିକମରେ ୨୫ ବେସିସ ପଏଂଟ ହ୍ରାସ ଘଟାଇବାରେ ସମ୍ଭାବନା ରହିଛି । ଦେଶର ଜିଡିପି ଅଭିବୃଦ୍ଧି ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଥିବା ଦୃଷ୍ଟିରୁ ଅର୍ଥ ନୀତିକୁ ଲିକୁ୍ୟଡିଟି ପ୍ରବାହ ଜାରି ରଖିବାକୁ ରିଜର୍ଭ ବ୍ୟାଙ୍କ ସୁଧହାରରେ ହ୍ରାସ ଘଟାଇପାରେ ।