କୁବେର ସହକାରୀ ଯନ୍ତ୍ରୀଙ୍କ ରହିଛି ୨୮ ପ୍ଲଟ
କୁବେର ସହକାରୀ ଯନ୍ତ୍ରୀଙ୍କ ରହିଛି ୨୮ ପ୍ଲଟ
ଭୁବନେଶ୍ୱର : କୁବେର ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଭିଜିଲାନ୍ସ ରେଡ୍ରୁ ଖୁଲାସା। ଦୁଷ୍ମନ୍ତ ଦେହୁରୀଙ୍କର ଭୁବନେଶ୍ୱର ଓ ଢେଙ୍କାନାଳରେ ରହିଛି କେବଳ ୨୮ଟି ପ୍ଲଟ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ଗ୍ରାମ୍ୟ ଉନ୍ନୟମ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏହି ଚଢାଉରେ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିଛି । ଖାସ୍ କରି ଭୁବନେଶ୍ଵର ଓ ଢେଙ୍କାନାଳରେ ୨୮ଟି ପ୍ଲଟ ଠାବ ହୋଇଛି । ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୭ଟି ଏବଂ ଢେଙ୍କାନାଳରେ ୨୧ଟି ପ୍ଲଟ ଠାବ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଘରୁ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଜବତ ହୋଇଛି । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ ତିନି ମହଲା ବିଲ୍ଡିଂ, ଢେଙ୍କାନାଳ ଟାଉନରେ ୨ଟି ବିଲ୍ଡିଂ, ଢେଙ୍କାନାଳ ମୋଟଙ୍ଗା ଗୁନାଦେଈରେ ଗୋଟିଏ ବିଲ୍ଡିଂ ଠାବ ହୋଇଛି । ଏହାବାଦ୍ ରେଡ୍ରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଡିପୋଜିଟ୍ ମିଳିଛି । ୧୧ ଲକ୍ଷ ଟଙ୍କାର ଗୋଟିଏ ୪ ଚକିଆ ଗାଡି ଏବଂ ୨ଟି ଦୁଇ ଚକିଆ ଗାଡି ଜବତ ହୋଇଛି ।