ଛଅ ସପ୍ତାହରେ ଟିକା ମିଳିଯିବ: ବାୟୋଏନଟେକ

ଛଅ ସପ୍ତାହରେ ଟିକା ମିଳିଯିବ: ବାୟୋଏନଟେକ

 ଛଅ ସପ୍ତାହରେ ଟିକା ମିଳିଯିବ: ବାୟୋଏନଟେକ
ନୂଆଦିଲ୍ଲୀ: ବି୍ରଟେନରେ ଦେଖାଦେଇଥିବା ନୂତନ ଧରଣର ରୂପାନ୍ତରିତ କରୋନା ଭୂତାଣୁ ବିରୋଧରେ ଫାଇଜର ଟିକା କାର୍ଯ୍ୟ କରିବ ବୋଲି ଉକ୍ତ ଟିକାର ସହଯୋଗୀ ନିର୍ମାତା ବାୟୋଏନଟେକ ପକ୍ଷରୁ ଦାବି କରାଯାଇଛି । ତେବେ ଏକ ନିର୍ଦ୍ଧିଷ୍ଟ ବର୍ଗର ଭୂତାଣୁ ବିରୋଧରେ ନୈଦାନିକ ପରୀକ୍ଷଣ ଚଳାଇ ମାତ୍ର ଛଅ ସପ୍ତାହ ଭିତରେ ପ୍ରଜୁଯ୍ୟ ଟିକାଟିଏ ଉପଲବ୍ଧ ହୋଇପାରିବ ବୋଲି କମ୍ପାନୀର ସହପ୍ରତିଷ୍ଠାତା ଉଗୁର ସାହିନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଅଭିନବ କରୋନା ଭୂତାଣୁ ସାର୍ସ କୋଭ-୨ ର ଗୋଟିଏ ମାତ୍ର ରୂପାନ୍ତର ଦେଖାଦେଇଥିବା ବେଳେ ବି୍ରଟେନରେ ଠାବ କରାଯାଇଥିବା ଏହି କରୋନା ଭୂତାଣୁର ନଅଟି ରୂପାନ୍ତରିତ ପ୍ରଜାତି ଦେଖିବାକୁ ମିଳିଛି । ଫାଇଜର କମ୍ପାନୀ ସହ ମିଶି ବାୟୋଏନଟେକ ବିକଶିତ କରିଥିବା ଟିକା ଗୁଡ଼ିକ ଭଲ କାମ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।