ମମତାଙ୍କ କ୍ୟାବିନେଟ ବୈଠକରେ ୪ ମନ୍ତ୍ରୀ ସାମିଲ ହେଲେ ନାହିଁ

ମମତାଙ୍କ କ୍ୟାବିନେଟ ବୈଠକରେ ୪ ମନ୍ତ୍ରୀ ସାମିଲ ହେଲେ ନାହିଁ

ମମତାଙ୍କ କ୍ୟାବିନେଟ ବୈଠକରେ ୪ ମନ୍ତ୍ରୀ ସାମିଲ ହେଲେ ନାହିଁ
କୋଲାକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ସମେତ ୪ ଜଣ ମନ୍ତ୍ରୀ ଅନୁପସ୍ଥିତ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ୩ ଜଣ ମନ୍ତ୍ରୀ ତାଙ୍କର ଅନୁପସ୍ଥିତି ନେଇ ସଫେଇ ଦେଇଥିବା ବେଳେ ଜଙ୍ଗଲ ମନ୍ତ୍ରୀ ବାନାର୍ଜୀ କାହାକୁ ଧରାଛୁଅାଁ ଦେଉନାହାନ୍ତି । ବାନାର୍ଜୀ କିଛି ସପ୍ତାହ ହେଲା ଦଳୀୟ ନୀତିକୁ କଡ଼ା ସମାଲୋଚନା କରିବା ସହ ଦଳରେ ଦୁର୍ନୀତି ଓ ପ୍ରିୟାପ୍ରୀତି ବଢ଼ୁଥିବା ନେଇ ଉଦବେଗ ପ୍ରକାଶ କରି ଆସୁଛନ୍ତି । ସେ ଟିଏମସି ପରିତ୍ୟାଗ କରି ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।