ପଞ୍ଜାବରେ ବନ୍ୟା କରାଇଲା ପାକିସ୍ତାନ
ପଞ୍ଜାବରେ ବନ୍ୟା କରାଇଲା ପାକିସ୍ତାନ
admin
Aug 23, 2019 - 05:46
Updated: Aug 23, 2019 - 05:46
ଚଣ୍ଡିଗଡ଼: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକ୍ରମ ଏବେ ଚରମ ସୀମାରେ ପହଞ୍ଚିଛି । ନିୟମିତ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଗ୍ରାମ ଗୁଡ଼ିକୁ ଗୁଳି ମାଡ଼ କରୁଥିବା ପାକିସ୍ତାନ ଅଚାନକ ସତଲୁଜ ନଦୀବନ୍ଧର ସମସ୍ତ ୬ଟି ମୁଖ୍ୟ ଗେଟ୍ ଖୋଲିଦେବା ଫଳରେ ପଞ୍ଜାବର ସୀମାନ୍ତ ଗ୍ରାମ ଗୁଡ଼ିକରେ ଏବେ ବନ୍ୟା ଆସିଛି । ସୀମାନ୍ତ ଜିଲ୍ଲା ଫିରୋଜପୁରରେ ପ୍ରାୟ ୧୭ଟି ଗ୍ରାମ ଜଳମଗ୍ନ ହୋଇଯାଇଛି । ଫିରୋଜପୁର ଡେପୁଟି କମିସନର କହିଛନ୍ତି, ପାକିସ୍ତାନର କସୁର ଅଞ୍ଚଳରେ ଥିବା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦିଆଯିବା ଫଳରେ ପଞ୍ଜାବର ସୀମାନ୍ତ ଗ୍ରାମ ଗୁଡ଼ିକ ଏବେ ଜଳବନ୍ଦୀ ହୋଇଯାଇଛି । ଏହି ଅଞ୍ଚଳରେ ବିଏସଏଫ ଯବାନ ଏବେ ବୋଟରେ ପାଟ୍ରୋଲିଂ କରୁଛନ୍ତି । ବନ୍ୟା ପ୍ଲାବିତ ଗ୍ରାମ ଗୁଡ଼ିକରୁ ଏଯାବତ୍ ଏନଡିଆରଏଫ ଏବଂ ସେନା ପକ୍ଷରୁ ୩୬୮ ଲୋକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତରେ ଜାରି ରହିଛି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ।