ବାଧ୍ୟତାମୂଳକ ହୋଇପାରେ ମାସ୍କ
ବାଧ୍ୟତାମୂଳକ ହୋଇପାରେ ମାସ୍କ
ଭୁବନେଶ୍ଵର : ବାହାର ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ପରେ ରାଜ୍ୟରେ ଆସିପାରେ ମାକ୍ସ ପାଇଁ ନିୟମ। ଏନେଇ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନର କୋଭିଡ ସ୍ଥିତି ଓ ଡାକ୍ତର ଖାନାର ପ୍ରସ୍ତୁତି ନେଇ ସମୀକ୍ଷା ହେବ। ଏହା ସହ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକ ନିଜର ତଥ୍ୟ ପ୍ରଦାନ କରିବେ। କୋଭିଡ ରୋଗୀଙ୍କ ପାଇଁ କେତେ ବେଡ୍ ରହିଛି, ଆଇସୋଲେଶନ ରୁମ୍, ଆଇ.ସି.ୟୁ, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ କେତେ ମହଜୁଦ ରହିଛି ଓ ମ୍ୟାନ ପାୱାର କଣ ରହିଛି ତାର ତଥ୍ୟ ସମସ୍ତେ ପ୍ରଦାନ କରିବେ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବ। ବର୍ତ୍ତମାନ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଟିପିଆର ରେଟ୍ ଦେଖି କଟକଣା କରାଯିବ।