ଭାରତକୁ ଧନ୍ୟବାଦ ଦେଲେ ଜେଲେନସ୍କି

ଭାରତକୁ ଧନ୍ୟବାଦ ଦେଲେ ଜେଲେନସ୍କି

 ଭାରତକୁ ଧନ୍ୟବାଦ ଦେଲେ ଜେଲେନସ୍କି

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର ଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି । ଋଷ ସହ ଯୁଦ୍ଧ ବନ୍ଦ ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଭାରତର ଯୋଗଦାନ ପରେ ଭରସା ଥିବା ଜେଲେନସ୍କି କହିବା ସହ ଶାନ୍ତିର ଉପାୟ ମଧ୍ୟ ମାଗିଛନ୍ତି । ଏଥିସୟ ଭାରତ ଅଧ୍ୟକ୍ଷତାରେ ଜି-୨୦ସମ୍ମିଳନୀ ସଫଳ ହେବା ନେଇ କାମନା କରିଛନ୍ତି ।

ଜାତିସଂଘ ସମର୍ଥନ ଏବଂ ମାନବୀୟ ସହାୟତା ପାଇଁ ସେ ଭାରତକୁ ଧନ୍ୟବାଦ ଦେଇଛନ୍ତି । ଏନେଇ ଜେଲେନସ୍କି ଏକ ଟୁଇଟ କରି ଜଣାଇଛନ୍ତି । ତେବେ ଭାରତ ପକ୍ଷରୁ ଏହା ଉପରେ କୌଣସି ବିବରଣୀ ଦିଆଯାଇନାହିଁ । ଗତ ଅକ୍ଟୋବର ୪ରେ ମୋଦି ଜେଲେନସ୍କିଙ୍କ ସହ କଥା ହୋଇ ସାମରିକ ଉପାୟରେ ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି କହିଥଲେ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଥାସମ୍ଭବ ଯୋଗଦାନ ପାଇଁ ଭାରତ ପ୍ରସ୍ତୁତ ବୋଲି ମୋଦି କହିଥିଲେ ।