ବିଜେଡି ସାଧାରଣ ସମ୍ପାଦକ ହେଲେ ଅନନ୍ତ

ବିଜେଡି ସାଧାରଣ ସମ୍ପାଦକ ହେଲେ ଅନନ୍ତ

 ବିଜେଡି ସାଧାରଣ ସମ୍ପାଦକ ହେଲେ ଅନନ୍ତ
ଭୁବନେଶ୍ୱର: ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ସାଧାରଣ ସମ୍ପାଦକଭାବେ ନିଯୁକ୍ତ କରାଯାଇଛି । ଏଥିସହ ଅନନ୍ତଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଅନନ୍ତଙ୍କୁ କେନ୍ଦୁଝର ପାଟଣା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦିଆଯାଇଛି । ପ୍ରକାଶଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ଅନନ୍ତଙ୍କୁ ଗତ ୭ ତାରିଖରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଏହି ପଦବୀକୁ ନେଇ ଅନନ୍ତ ଖପ୍ପା ଅଛନ୍ତି। ଇତି ମଧ୍ୟରେ ନିଯୁକ୍ତି ଦିଆଯିବାର ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ସେ ବିଡିଏ କାର୍ଯ୍ୟାଳୟ ମାଡ଼ୁନାହାନ୍ତି।