ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଣ୍ଡ ଗଡ଼ିଲା

ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଣ୍ଡ ଗଡ଼ିଲା

 ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଣ୍ଡ ଗଡ଼ିଲା
ବରଗଡ଼: ବିଜେପୁର ଉପନିର୍ବାଚନ ପୂର୍ବରୁ ଜଣଙ୍କ ମୁଣ୍ଡ ଗଡ଼ିଛି । ଆଉ ୫ ଦିନ ପରେ ହେବାକୁ ଥିବା ବିଜେପୁର ଉପ-ନିର୍ବାଚନ ପୂର୍ବରୁ ଜଣେ ବ୍ଲକ ସଂଯୋଜକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରାଜନୀତିକୁ ଉଷ୍ମ କରିଛି । ବିଜେପୁର ଉପନିର୍ବାଚନ ପାଇଁ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରୁ ସେ ନିଖୋଜ ଥିଲେ । ବିଜେପୁର ଡମ୍ପିଂୟାର୍ଡ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହା ତରଣୀସେନଙ୍କର ବୋଲି ଚିହ୍ନଟ ହୋଇଛି । ବ୍ଲକ ସଂଯୋଜକ ତରଣୀସେନଙ୍କ ଘର ଗାଇସିଲଟ ବ୍ଲକ ନୂଆପାଲି ଗାଁରେ । ସେ ନିଖୋଜ ହେବା ପରେ ଗାଇସିଲଟ ଥାନାରେ ଏ ନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ବିଜେପୁର ଓ ଗାଇସିଲଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟା ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଛି । ତେବେ ତରଣୀସେନଙ୍କ ମୃତ୍ୟୁ କେମିତି ହେଲା ଏବଂ ତାଙ୍କୁ କିଏ ଓ କାହିଁକି ଡମ୍ପିଂୟାର୍ଡରେ ଫୋପାଡ଼ି ଦେଲା ତାହାର ଖୋଳତାଡ଼ ଆରମ୍ଭ କରିଛି ବିଜେପୁର ଓ ଗାଇସିଲଟ ପୁଲିସ୍ ।