ରାୟ ପୂର୍ବରୁ ୟୁପି ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ବୈଠକ କଲେ ସିଜେଆଇ

ରାୟ ପୂର୍ବରୁ ୟୁପି ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ବୈଠକ କଲେ ସିଜେଆଇ

 ରାୟ ପୂର୍ବରୁ ୟୁପି ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହ ବୈଠକ କଲେ ସିଜେଆଇ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି ବିବାଦ ରାୟ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ଶ୍ରୀ ଗୋଗୋଇ ଆଜି ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ଡାଇରେକ୍ଟ ଜେନେରାଲ ପୁଲିସ୍‌ଙ୍କ ସହ ବୈଠକ କରିଛନ୍ତି। ଆସନ୍ତା ସପ୍ତାହରେ ଆସିପାରେ ଅତି ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ମାମଲାର ରାୟ। ଏହା ପୂର୍ବରୁ ସେ ସୁରକ୍ଷା ବ୍ୟବସ୍ଥା ବାବଦରେ ସୀମକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସିଜେଆଇଙ୍କ ଚାମ୍ବରରେ ଏହି ବୈଠକ ଆୟୋଜିତ ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଏବଂ ଡିଜିପି ଓମ୍‌ ପ୍ରକାଶ ସିଂହ ସିଜେଆଇଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ବାବଦରେ କହିଥିଲେ। ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ରାମଜନ୍ମଭୂମି ଏବଂ ବାବ୍ରି ମସ୍‌ଜିଦ୍‌ ବିବାଦର ଶୁଣାଣି ଗତ ଅକ୍ଟୋବର ୧୬ରେ ସରିଥିବାବେଳେ ରାୟ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ୪୦ ଦିନର ମାରାଥନ୍‌ ଶୁଣାଣି ଚାଲୁ ରହିଥିଲା। ନଭେମ୍ବର ୧୭ରେ ସିଜେଆଇ ଜଷ୍ଟିସ୍‌ ଗୋଗୋଇ ଅବସର ନେବାର ଥିବାରୁ ଏହା ପୂର୍ବରୁ ରାୟ ଆସିବାର ଅଛି।