‘ଆଟାକ୍’ ଆରମ୍ଭ କରିଛନ୍ତି ଜ୍ୟାକଲିନ୍ ଫର୍ଣ୍ଣାଡିଜ୍

‘ଆଟାକ୍’ ଆରମ୍ଭ କରିଛନ୍ତି ଜ୍ୟାକଲିନ୍ ଫର୍ଣ୍ଣାଡିଜ୍

 ‘ଆଟାକ୍’ ଆରମ୍ଭ କରିଛନ୍ତି ଜ୍ୟାକଲିନ୍ ଫର୍ଣ୍ଣାଡିଜ୍
ନିଦେ୍ର୍ଧଶକ ଲକ୍ଷ୍ୟ ରାଜ୍ ଆନନ୍ଦଙ୍କ ଫିଲ୍ମ ‘ଆଟାକ୍’ର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହା ଏକ ଥି୍ରଲର ଫିଲ୍ମ । ଏଥିରେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିସ ନିଜ ଦମଦାର ଚରିତ୍ର ଓ ଫିଲ୍ମ କାହାଣୀକୁ ନେଇ ଖୁସି ଅଛନ୍ତି । ସେ ଫିଲ୍ମରେ ନିଜ ଚରିତ୍ରକୁ ନେଇ କହିଛନ୍ତି, ଯେଉଁ ଫିଲ୍ମରେ ଆକ୍ସନ ଏବଂ ଫାଇଟିଂ ସିନ୍ ରହିଥିବ, ସେହିଭଳି ଫିଲ୍ମରେ କାମ କରିବାର ମଜା ଅଲଗା । ତେବେ ଅଭିନେତ୍ରୀ ପ୍ରଥମେ ଆକ୍ସନ ସିନର ସୁଟିଂ ଆରମ୍ଭ କରିଦେଇଛନ୍ତି । ଏଥିରେ ତାଙ୍କର ଗୁଣ୍ଡାଙ୍କ ସହିତ ଯୁଦ୍ଧ କରିବାର ଦୃଶ୍ୟ ରହିଛି । ଖବର ମିଳିଛି, ସୁଟିଂ ପରେ ଅଭିନେତ୍ରୀ ସୁଟିଂ ସେଟରେ ପିଜା ଖାଇବା ଓ ବ୍ୟାୟାମ କରୁଥିବା ନଜରକୁ ଆସିଥିଲା । ଏ ନେଇ ଅଭିନେତ୍ରୀ କୁହନ୍ତି ତାଙ୍କୁ ପିଜା ଖାଇବାକୁ ବହୁତ ଭଲ ଲାଗେ । ଏହାଛଡ଼ା ତାଙ୍କୁ ଟ୍ରାଭେଲିଂ କରିବାକୁ ଭଲ ଲାଗେ ବୋଲି ସେ କହିଛନ୍ତି । ଫିଲ୍ମରେ ତାଙ୍କ ସହିତ ଅଭିନେତା ଜନ ଆବ୍ରାହମ ଏବଂ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଅଭିନୟ କରୁଛନ୍ତି । ରାହୁଲ ଓ ଜାକଲିନ ଦୁହେଁ ଫିଲ୍ମର ଲିଡ ରୋଲରେ ଅଛନ୍ତି । ଏହି ଫିଲ୍ମ ସୁଟିଂ ସହିତ ଜାକଲିନ ୱେବସିରିଜ ‘ସିମେସ୍ ସିରିଏଲ କିଲର’ ର ସୁଟିଂ ମଧ୍ୟ କରୁଛନ୍ତି ।