ମହଙ୍ଗା ହେଉଛି ପରିବା

ମହଙ୍ଗା ହେଉଛି ପରିବା

ମହଙ୍ଗା ହେଉଛି ପରିବା
ଲୋକମାନେ ନିଜ ପସନ୍ଦ ଅନୁସାରେ ପରିବାର ବାଛି ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଏମିତିରେ ଦେଶରେ ପରିବା ଦର ବୃଦ୍ଧି ଲୋକମାନଙ୍କୁ ସମସ୍ୟାରେ ପକାଇଲାଣି । ହେଲେ କିଛି ଲୋକ ପରିବା ଦର ଯେତେ ବୃଦ୍ଧି ହେଲେ ମଧ୍ୟ ତାହାକୁ କିଣି ଖାଇଥାନ୍ତି । ସେହିପରି ଏକ ମହଙ୍ଗା ପରିବା ହେଉଛି ‘ଟପ୍ ଶୁଟ୍ସକ୍ଷ । ଏହାର ମୂଲ୍ୟ ବର୍ଷକୁ ବର୍ଷ ବଢ଼ି ଚାଲିଥିଲେ ମଧ୍ୟ ଲୋକେ ଏହାକୁ କିଣିଥାନ୍ତି । ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ହଜାରେ ୟୁରୋ ବା ପ୍ରାୟ ୮୨ ହଜାର ଟଙ୍କା ରହିଛି । ଏହା ସତ୍ତ୍ୱେ ଏହା ମଧ୍ୟ ଏହାର ଚାହିଦା ଅଧିକ । ଲୋକମାନେ ଦୁଇ ଦିନ ପୂର୍ବରୁ ଅର୍ଡର ଦେଇ ଏହି ପରିବାକୁ କିଣିଥାନ୍ତି । ଏହି ପରିବା ଗଛ ଦେଖିବା ପାଇଁ କିଛି ମାତ୍ରାରେ ଶତାବରୀ ଗଛ ଭଳି । ଏହାର ଫୁଲକୁ ନେଇ ମଧ୍ୟ ବ୍ୟଞ୍ଜନ କରାଯାଏ । ଏହା ପାଟିକୁ ରାଗ ଲାଗେ । ବି୍ରଟେନ, ୟୁରୋପ, ଜର୍ମାନ, ଆମେରିକାରେ ଏହାର ଚାହିଦା ଅଧିକ । ତେବେ ଭାରତର ହିମାଳୟରେ ଏହି ପରିବା ଏବେ ଚାଷ କରାଯାଉଛି ।