ଶୀତରେ ଏସବୁ ଖାଉଛନ୍ତି କି ରୁହନ୍ତୁ ସାବଧାନ....
ଶୀତରେ ଏସବୁ ଖାଉଛନ୍ତି କି ରୁହନ୍ତୁ ସାବଧାନ....
admin
Jan 13, 2020 - 11:35
Updated: Jan 13, 2020 - 11:35
ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଯେ ଶୀତଋତୁରେ କେତୋଟି ପନିପରିବା ଓ ଫଳ ଆମ ଖାଦ୍ୟ ତାଲିକାରୁ ବାଦଦେଲେ ହିଁ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବା ।
ଏଇଦିନେ ଅଧିକାଣ ବିଭିନ୍ନ ବ୍ୟଞ୍ଜନରେ ଟମାଟୋର ଉପଯୋଗ କରିଥାନ୍ତି । ଲାଲ ଟମାଟୋ ମଧ୍ୟ ବଜାରରେ ଅନ୍ୟ ଋତୁ ତୁଳନାରେ ଶୀତରେ ଅଧିକ ପରିମାଣରେ ଉପଲବ୍ଧ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଏହି ଟମାଟୋ ସେଭଳି ସୁଆଦିଆ ହୋଇନଥିବା ବେଳେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇନଥାଏ । ଏଣୁ ଟମାଟୋ ଯେତେ କମ୍ ପରିମାଣରେ ଶୀତଦିନେ ବ୍ୟବହାର କରିବେ ସେତେ ଭଲ ।
ଷ୍ଟ୍ରବେରୀ ଫଳ ଏଇଦିନେ ନ ଖାଇବା ଉଚିତ । ଏଥିରେ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ଗରମ ଦିନ ପାଗରେ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାର ଜଣାପଡ଼ିଛି ।
ଚକୋଲେଟ୍ କୁକିଜରେ ଥିବା ସାଚୁ୍ୟରେଟେଡ ଫ୍ୟାଟ ମଧ୍ୟ ଶୀତରେ ଭଲଭାବେ ହଜମ ହୋଇନଥାଏ ଯାହା କାରଣରୁ ପେଟ ସମସ୍ୟା ହେବାର ଆଶଙ୍କା ବଢେ଼ ।
ଶୀତରେ ଆମେ ଖୁବ କମ୍ ପରିମାଣରେ ପାଣି ପିଉଥାଉ । ଏଭଳି ପରିବେଶରେ ଆପଣ କଫି ପିଉଥିଲେ ସତର୍କ ହେବା ଉଚିତ । କାରଣ ଗରମ କଫିରେ ଥିବା କେଫିନ କାରଣରୁ ଆମକୁ ବାରମ୍ବାର ପରିଶ୍ରା ଲାଗେ । ଏଣୁ କଫି କାରଣରୁ ଯେପରି ଶରରୀର ଜଳୀୟ ଅଂଶ ନ କମେ, ସେଥିପ୍ରତି ସତର୍କ ରହିବା ଉଚିତ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ ।