ବାତ୍ୟା ଯୋଗୁଁ ବିଦୁ୍ୟତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର
ବାତ୍ୟା ଯୋଗୁଁ ବିଦୁ୍ୟତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର
admin
May 23, 2021 - 08:08
Updated: May 23, 2021 - 08:08
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ଏବେ ସବୁ ବିଭାଗରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହାରି ଭିତରେ ଗ୍ରୀଡକୋରେ ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ ଗ୍ରୀଡକୋ, ଓପିଟିସିଏଲ ଓ ଟାଟା ପାୱାର ସହ ଶକ୍ତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ବୈଠକରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ବାତ୍ୟା ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ ।
ବୈଠକ ପରେ ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ, କୋଭିଡ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ହେବ । କୋଭିଡ କେୟାର ସେଣ୍ଟରକୁ ମଧ୍ୟ ବିଦୁ୍ୟତ ସଂଯୋଗ ବ୍ୟବସ୍ଥା କରାଯିବ । ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ କରାଯିବ । ବିଦୁ୍ୟତକାଟ ହେଲେ ବିକଳ୍ପ ବ୍ୟବସ୍ଥା କରାଯାଇଛି । ବିଦୁ୍ୟତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପାୱାର ଫେଲ ହେଲେ ତୁରନ୍ତ ସମାଧାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ବିଦୁ୍ୟତ ସରବରାହ ସଜାଡ଼ିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ବାତ୍ୟା ପରେ ତୁରନ୍ତ ବିଦୁ୍ୟତ ପରିବହନ ବ୍ୟବସ୍ଥା ସଜଡ଼ା ଯିବ । ବିଦୁ୍ୟତ କରିଡର ଫ୍ରି ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରହିବ । ରାସ୍ତା ସଫା କରି ବିଦୁ୍ୟତ ସରବରାହକୁ ଠିକ କରାଯିବ । ଗ୍ରାଉଣ୍ଟ ଲେଭଲ କର୍ମଚାରୀଙ୍କୁ ଖାଦ୍ୟ ଓ ପାନୀୟ ପହଞ୍ଚାଯିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ପ୍ରକାଶ ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲା । ତେବେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସର ଅବପାତ ରୂପ ନେବ । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପଣିଣତ ହେବ ।