କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୨୮ ଜଣଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୨୮ ଜଣଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନାରେ ଆଉ ୨୮ ଜଣଙ୍କ ମୃତୁ୍ୟ
ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏହାରି ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ ଏବଂ କଳାହାଣ୍ଡି ଜିଲାରୁ ୪ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଅନୁଗୋଳ ଏବଂ କେନ୍ଦ୍ରାପଡ଼ା ଜିଲାରୁ ୩ ଜଣ ଲେଖାଏ, ରାୟଗଡ଼ା, ପୁରୀ ଓ ନବରଙ୍ଗପୁର ଜିଲାରୁ ୨ ଜଣ ଲେଖାଏ ଏବଂ ଗଜପତି, ଗଞ୍ଜାମ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରବିବାର ତଥ୍ୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲାରେ ମୋଟ ମୃତ୍ୟୁ ସଂଖ୍ୟା ୪୩୫କୁ ବୃଦ୍ଧି ପାଇଛି। ସେହିପରି ଅନୁଗୋଳ ଜିଲାରେ ୭୨, ଗଜପତି ଜିଲାରେ ୪୭, ଗଞ୍ଜାମରେ ୨୭୩, କଳାହାଣ୍ଡିରେ ୮୬, କେନ୍ଦ୍ରାପଡ଼ାରେ ୩୮, ନବରଙ୍ଗପୁରରେ ୧୯, ପୁରୀରେ ୧୫୧, ରାୟଗଡ଼ାରେ ୯୭ ଏବଂ ସୁନ୍ଦରଗଡ଼ରେ ୨୪୨ ଜଣଙ୍କ ପ୍ରାଣହାନୀ ଘଟିଲାଣି।