PMAYରେ BPGY ଲୋଗୋ ଅନୁମୋଦିତ ନୁହେଁ

PMAYରେ BPGY ଲୋଗୋ ଅନୁମୋଦିତ ନୁହେଁ

 PMAYରେ  BPGY ଲୋଗୋ ଅନୁମୋଦିତ ନୁହେଁ
ପଭୁବନେଶ୍ୱର: ପ୍ରଧାନ୍ତ୍ରୀ ଆବାସ ଯୋଜନାର ଲୋଗୋକୁ ନେଇ କେନ୍ଦ୍ରର ଚିଠି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଲୋଗୋ ରହିବନି । କେନ୍ଦ୍ର ଗ୍ରାମୀଣ ବିକାଶ ସଚିବ ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ମାର୍ଚ୍ଚ ୩୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର । ବିଜୁ ପକ୍କାଘର ଷ୍ଟିକର ମାରିବା ନେଇ ପ୍ରଥମେ ଆପତି ଉଠାଇଥିଲା ବିଜେପି । PMAY ଘରେ ଦୁଇଟି ଷ୍ଟିକର ମରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ପରବର୍ତୀ ସମୟରେ ରାଜ୍ୟପାଳଙ୍କୁ ଭେଟି ବିଜେପି ସ୍ମାରକପତ୍ର ଦେଇଥିଲା । କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ମଧ୍ୟ ଲୋଡିଥିଲା ।