ଆମେରିକା ଦେବ ଭାରତକୁ ପରମାଣୁ ଯୁଦ୍ଧ ବିମାନ

ଆମେରିକା ଦେବ ଭାରତକୁ ପରମାଣୁ ଯୁଦ୍ଧ ବିମାନ

 ଆମେରିକା ଦେବ ଭାରତକୁ ପରମାଣୁ ଯୁଦ୍ଧ ବିମାନ
ଏଫଏ-୧୮ ସୁପର ହର୍ନେଟ ପରେ ଆମେରିକା ବର୍ତମାନ ଭାରତକୁ ଏଫ-୧୫ଇଏକ୍ସ ଯୁଦ୍ଧ ବିମାନ ପ୍ରଦାନ କରିବାକୁ ଯାଉଛି । ଏନେଇ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ସବୁଜ ସଙ୍କେତ ମିଳିଛି । ଆଣବିକ ଆକ୍ରମଣରେ ସକ୍ଷମ ଏହି ଯୁଦ୍ଧ ବିମାନ ଯଦି ଭାରତୀୟ ବାୟୂସେନାର ଅନ୍ତର୍ଭୁକ୍ତ ହୁଏ ତେବେ ଚୀନ ଏବଂ ପାକିସ୍ତାନ ଭୟଭୀତ ହେବା ନିଶ୍ଚିତ । ଦୀର୍ଘ ଦିନ ଧରି ଭାରତ ଏଭଳି ଲଢ଼ୁଆ ପରମାଣୁ ବିମାନ ଖୋଜୁଥିଲା । ତେବେ ଆମେରିକାର ସବୁଜ ସଂକେତ ପରେ ଏଦିଗରେ ଚୁକ୍ତି ହେବ ବୋଲି ଜାଣିବାକୁ ମିଳିଛି । ଏଫ-୧୫ଇଏକ୍ସ ଯେକୌଣସି ଯୁଦ୍ଧ ବିମାନକୁ ହରାଇପାରିବ ଏଫ-୧୫ ଇଏକ୍ସ ଯୁଦ୍ଧ ବିମାନ ହେଉଛି ଆମେରିକାର ଏଫ-୧୫ଇ ଷ୍ଟ୍ରାଇକ ଇଗଲର ଅପଡେଟ ସଂସ୍କରଣ । ଯାହାକି ୩୪ ବର୍ଷ ପୂର୍ବେ ୧୧ ଡିସେମ୍ବର ୧୯୮୬ରେ ଏରୋସ୍ପେମ କମ୍ପାନୀ ମ୍ୟାକଡୋନେଲ ଡଗଲାସଙ୍କ ସାହାଯ୍ୟରେ ବୋଇଙ୍ଗ ଡିଫେନ୍ସ ସ୍ପେମ ଏବଂ ସିକୁ୍ୟରିଟି ଦ୍ୱାରା ତିଆରି ହୋଇଥିଲା । ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଏଫ୧୫-ଇ ବିମାନ ୩୦ ସେପ୍ଟେମ୍ବର ୧୯୮୯ରେ ଆମେରିକାର ବାୟୁସେନାରେ ସାମିଲ ହୋଇଥିôଲା । ଏରୋଡାଇନାମିକ ଡିଜାଇନ ହେତୁ ଏହା ମଲ୍ଟି ରୋଲ ବିମାନ ମଧ୍ୟରେ ସର୍ବୋତମ ବୋଲି ବିବେଚନା କରାଯାଇଥାଏ । ଓଜନ ଏବଂ ଗଠନ ଦୃଷ୍ଟିରୁ ଏଫ-୧୫ଇଏକ୍ସ ରାଫାଲ ଠାରୁ ବହୁତ ବଡ଼ । ଏଫ-୧୫ଇଏକ୍ସର ସର୍ବାଧିକ ଓଜନ ପ୍ରାୟ ୩୬ ଟନ । ସୁଖୋଇ ଏସୟୁ-୩୦ଏମକେଆଇ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାର ମେରୁଦଣ୍ଡ ଭାବେ ବିବେଚନା କରାଯାଏ । ଏଫ-୧୫ଇଏକ୍ସ ୧୩ ଟନରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଇନ୍ଧନ ବହନ କରିପାରିବ । ଯେତେବେଳେକି ରାଫେଲର କ୍ଷମତା ୯.୫ ଟନ ମଧ୍ୟରେ ସୀମିତ ରହିଛି । ଏଫ-୧୫ ଇଏକ୍ସ ୨୨ଟି ଏୟାର ଟୁ ଏୟାର କ୍ଷେପଣାସ୍ତ୍ର ମଧ୍ୟ ନେଇପାରିବ । ଭାରତ ଓ ଆମେରିକା ମଧ୍ୟରେ ଏସଂକ୍ରାନ୍ତୀୟ ଚୁକ୍ତି ହେବା ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେବା ପରେ ଚାଇନା ଭୟଭୀତ ହୋଇପଡ଼ିଛି ।