ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର, ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଆହ୍ୱାନ

ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର, ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଆହ୍ୱାନ

 ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର, ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଆହ୍ୱାନ
ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କଲେ। ରାଜ୍ୟ ସରକାର ରାଜ୍ୟର ଏହି ବହୁ ସଂଖ୍ୟକ ଗୋଷ୍ଠିକୁ ସେମାନଙ୍କ କାର୍ଯ୍ୟ ଅଧିକାର ଦେବା ପାଇଁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶାର ଓବିସି ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି। ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ସତ୍ତ୍ୱେ ଏହି ସମାଜକୁ ସେମାନଙ୍କ ଅଧିକାର ଦିଆଯାଇ ନାହିଁ। ରାଜ୍ୟ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ସଂରକ୍ଷଣ ଦେଇ ସେମାନଙ୍କୁ ସମ୍ବିଧାନ ଅଧିକାର ଦେବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ ମାଧ୍ୟମରେ ମତବ୍ୟକ୍ତ କରିଛନ୍ତି।