ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ : ବିଷ୍ଣୁ ସେଠୀ

ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ : ବିଷ୍ଣୁ ସେଠୀ

 ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ : ବିଷ୍ଣୁ ସେଠୀ
ଭୁବନେଶ୍ୱର: ନବୀନ ନିବାସରେ ପଶିଲା ଚାଷୀ ତାତି । ପ୍ରଥମେ ବିଧାନସଭାରୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ବିଜେପି ସଦସ୍ୟ । ଏହା ପରେ ନବୀନ ନିବାସ ଗେଟ ବନ୍ଦ କରିବାକୁ ନେଇ ଧାରଣାରେ ବସିଥିଲେ । ଦୀର୍ଘ ସମୟ ଧରି ଚାଲିଥିଲା ହାଇଡ୍ରାମା । ଶେଷରେ ମୁଖ୍ୟମନ୍ତ୍ରୀ ନିଜେ ଧାରଣାସ୍ଥଳକୁ ଆସିବା ସହ ବିଜେପି ସଦସ୍ୟଙ୍କୁ ଆଲୋଚନା ପାଇଁ ଡାକିଥିଲେ । ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ । କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ପ୍ରତିଶ୍ରୁତି ନବୀନ ଦେଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇନଥାନ୍ତୁ । ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ । କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ପ୍ରଦୀପ୍ତ । ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ପବିତ୍ର ସ୍ଥଳ, ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ । । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଅନ୍ୟପଟେ ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ ବୋଲି କହିଛନ୍ତି ବିଷ୍ଣୁ ସେଠୀ ।