ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକେଶ୍ୱର ପାତ୍ର

ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକେଶ୍ୱର ପାତ୍ର

ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକେଶ୍ୱର ପାତ୍ର
ଭୋଗରାଇ: ଦଳୀୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ତଥା ବର୍ଷୀୟାନ ରାଜନେତା ଡ.କାର୍ତ୍ତିକେଶ୍ୱର ପାତ୍ର । ଏ ସମ୍ପର୍କରେ ସେ ସୂଚନା ଦେବା ସହିତ ନିଷ୍ଠାପରତା ଓ ଆଦର୍ଶକୁ ଦଳ ଚିହ୍ନିପାରୁନଥିବା କ୍ଷୋଭର ସହ କହିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁନ୍ଦରାଡ଼ି ଗ୍ରାମରେ ଜନ୍ମିତ ଡ.ପାତ୍ର ୧୯୬୬ ମସିହାରେ ପ୍ରଥମ ଭୋଗରାଇ ବ୍ଲକର ଅଧ୍ୟକ୍ଷ ହୋଇଥିଲେ । ୧୯୭୧ ମସିହାରେ ବିଧାୟକ ଭାବେ ପ୍ରଥମେ ନିର୍ବାଚିତ ହୋଇଥିଲେ ସେହିଦିନଠାରୁ ଆଉ ସେ ପଛକୁ ଫେରିନଥିଲେ । ୧୯୭୪,୧୯୮୦ ମସିହାରେ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୮୫ ମସିହାରେ ତାଙ୍କ ପତ୍ନୀ ଉମାରାଣୀ ପାତ୍ରଙ୍କୁ ବିଧାୟିକା ଭାବେ ନିର୍ବାଚିତ କରାଇବାରେ ସଫଳ ହୋଇଥିଲେ । ୧୯୯୧ ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଜଳେଶ୍ୱର ସାଂସଦ ରହିଥିଲେ । ଏହାଛଡ଼ା ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ, ଖଦି ବୋର୍ଡ଼ ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା । କୃଷି ଶିଳ୍ପ ନିଗମର ଏକ କାରଖାନା ସ୍ଥାପିତ ହେବାରେ ତାଙ୍କର ଭୂମିକା ରହିଛି । ରାଜନୀତିକୁ ଛାଡ଼ି ଦେଲେ ସାରସ୍ୱତ ସାଧନାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ ଡକ୍ଟର ପାତ୍ର । ସେ ୮୦ ରୁ ଅଧିକ ଗବେଷଣାତ୍ମକ ନିବନ୍ଧ, ଉପନ୍ୟାସ, ଗଳ୍ପ ଓ କବିତା ରଚନା କରିଛନ୍ତି । ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ର କାହାଣୀ ରଚନା ମଧ୍ୟ ଲେଖିଛନ୍ତି ଡକ୍ଟର ପାତ୍ର ।