ତାରାତାରିଣୀ ପୀଠରେ ଉନ୍ମତ୍ତକାଣ୍ଡ, ଅଧିକ ଦକ୍ଷିଣା ନ ଦେବାରୁ ଶ୍ରଦ୍ଧାଳୁଙ୍କୁ ଖଣ୍ଡାରେ ହାଣିଲେ

ତାରାତାରିଣୀ ପୀଠରେ ଉନ୍ମତ୍ତକାଣ୍ଡ, ଅଧିକ ଦକ୍ଷିଣା ନ ଦେବାରୁ ଶ୍ରଦ୍ଧାଳୁଙ୍କୁ ଖଣ୍ଡାରେ ହାଣିଲେ

ତାରାତାରିଣୀ ପୀଠରେ ଉନ୍ମତ୍ତକାଣ୍ଡ, ଅଧିକ ଦକ୍ଷିଣା ନ ଦେବାରୁ ଶ୍ରଦ୍ଧାଳୁଙ୍କୁ ଖଣ୍ଡାରେ ହାଣିଲେ
ପୁରୁଷୋତ୍ତମପୁର: ମା’ ତାରାତାରିଣୀ ପୀଠରେ ମଙ୍ଗଳବାର ଦୁଇ ଜଣ ସେବାୟତ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଅଧିକ ଦକ୍ଷିଣା ନଦେବାରୁ ସେମାନେ ଜଣେ ଶ୍ରଦ୍ଧାଳୁଙ୍କ ହାତକୁ ଖଣ୍ଡାରେ ହାଣି ଲହୁଲୁହାଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅପରାହ୍ନରେ କୋଦଳା ଥାନା ରାମପଲ୍ଲୀ ଗ୍ରାମର ରାହୁଲ ପ୍ରଧାନ ଓରଫ ଅକ୍ଷୟ ତାଙ୍କ ଗ୍ରାମର କିଛି ଲୋକଙ୍କ କାର ପୂଜା କରିବା ପାଇଁ ତାରାତାରିଣୀ ମନ୍ଦିରକୁ ଆସିଥିଲେ । ପୂଜା ପରେ ଦୁଇ ସେବାୟତ ଋଷି ଓ ରାଜେନ୍ଦ୍ର ଦକ୍ଷିଣା ବାବଦକୁ ୫ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ନେଇ ରାହୁଲଙ୍କ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା । ଅଧିକ ଦକ୍ଷିଣା ଦେବେନି ବୋଲି ରାହୁଲ ମନା କରିବାରୁ ଉଭୟ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦ କରିବାରୁ ପୁରୁଷୋତ୍ତମପୁର ନାରାୟଣବିହାରର ସୁଦାମ ମହାରଣା ମଧ୍ୟ ସେମାନଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଛି । ପୁରୁଷୋତ୍ତପୁର ଥାନାରେ ଏ ନେଇ ଏକ ମାମଲା ରୁଜୁ ସହ ଦୁଇଜଣ ସେବାୟତ ଋଷି ରଣା ଓ ରାଜେନ୍ଦ୍ର ରଣାକୁ ଅଟକ ରଖି ଜେରା କରାଯାଉଥିବା ନେଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।