ଦିଲ୍ଲୀ ସରକାର ଟିକା ନେଇ ଏହି ଘୋଷଣା କଲେ, ଜାଣନ୍ତୁ କଣ

ଦିଲ୍ଲୀ ସରକାର ଟିକା ନେଇ ଏହି ଘୋଷଣା କଲେ, ଜାଣନ୍ତୁ କଣ

 ଦିଲ୍ଲୀ ସରକାର ଟିକା ନେଇ ଏହି ଘୋଷଣା କଲେ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଏବେ ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଟିକାକରଣ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି । ଏବେ ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ନେବା ପାଇଁ ଆଉ ଅନଲାଇନ୍ ପଞ୍ଜିକରଣର ଆବଶ୍ୟକତା ପଡିବ ନାହିଁ । ଅର୍ଥାତ ଟିକା ନେବାକୁ ହେଲେ ସିଧା ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜିକରଣ କରିବା ପରେ ଟିକା ନେଇପାରିବେ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ କହିବା ମୁତାବକ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି କି, ମେଡିକାଲ ନିକଟରୁ ଟିକାକରଣ କେନ୍ଦ୍ରକୁ ଉଠାଇ ଆଣି ସରକାରୀ ସ୍କୁଲରେ ଟିକା ଦିଆଯିବ । ଦିଲ୍ଲୀରେ ମେ ୩ ତାରିଖରୁ ସରକାରୀ ସ୍କୁଲ ମାନଙ୍କରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦିଆ ହେଉଛି । ଏହାଦ୍ୱାରା ଅଧିକ ଲୋକ ସହଜରେ ଟିକା ନେଇପାରୁଥିବାରୁ ଏବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଧ୍ୟ ସରକାରୀ ସ୍କୁଲରେ ଟିକାକରଣ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଦିଲ୍ଲୀରେ ଖୁବଶୀଘ୍ର ଟିକାକରଣ କେନ୍ଦ୍ର ବୃଦ୍ଧି କରିବାକୁ ସିଶୋଦିଆ କହିଛନ୍ତି । ଦିଲ୍ଲୀରେ ପ୍ରତି କୋଣ ଅନୁକୋଣରେ ଟିକାକରଣ କେନ୍ଦ୍ର ଖୋଲାଯିବ । ଯାହାଦ୍ୱାରା ସହଜରେ କମ ସମୟ ମଧ୍ୟରେ ଅଧିକ ଲୋକ ଟିକା ନେଇପାରିବେ । ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଚାଲିଥିବା କଥା ସେ କହିଛନ୍ତି ।