ଦେଶବ୍ୟାପୀ ଟିକାର ଡ୍ରାଏ ରନ୍

ଦେଶବ୍ୟାପୀ ଟିକାର ଡ୍ରାଏ ରନ୍

 ଦେଶବ୍ୟାପୀ ଟିକାର ଡ୍ରାଏ ରନ୍
ନୂଆଦିଲ୍ଲୀ:କରୋନା ଟିକାକରଣ ପୂର୍ବରୁ ଦେଶବ୍ୟାପୀ ରିହର୍ସଲ ଚାଲୁଛି । ଦେଶର ୭୩୬ଟି ଜିଲ୍ଲାରେ କରୋନା ଟିକାର ଡାଏ ରନ୍ ଚାଲୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚେନ୍ନାଇରେ ଡ୍ରାଏ ରନର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଳ୍ପ ଦିନ ଭିତରେ ଆମେ କରୋନା ଟିକା ବିକଶିତ କରିପାରିଛୁ । ଆଗାମୀ କିଛି ଦିନରେ ଦେଶବାସୀଙ୍କୁ କରୋନା ଟିକା ଦିଆଯିବ । କରୋନା ଟିକା ପାଇଁ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ଗୁରୁତ୍ୱ ଦିଆଯିବ । ଏହାପରେ ସେନା, ଅର୍ଦ୍ଧସାମରିକ ବାହିନୀ ଓ ପୋଲିସକୁ ଟିକା ଦିଆଯିବ । ଏହାପରେ ୫୦ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ ଟିକା ଦେବାକୁ ବ୍ୟବସ୍ଥା ହୋଇଛି ।