ରାଜ୍ୟରେ ଖୋଲିଲା ସ୍କୁଲ

ରାଜ୍ୟରେ ଖୋଲିଲା ସ୍କୁଲ

ରାଜ୍ୟରେ ଖୋଲିଲା ସ୍କୁଲ
ଭୁବନେଶ୍ୱର:ଦୀର୍ଘ ୯ ମାସ ପରେ ସ୍କୁ ଲ ଖୋଲିଛି । କୋଭିଡ କଟକଣାରେ ରାଜ୍ୟରେ ଆଜିଠୁ ବିଦ୍ୟାଳୟ ଖୋଲିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ସାମାଜିକ ଦୂରତ୍ୱ ସହ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ହାତକୁ ସାନିଟାଇଜ୍ କରାଯାଉଛି । ଏପ୍ରିଲ ୨୮ ତାରିଖ ଯାଏଁ ୧୦୦ ଦିନ ପାଠପଢା ହେବ । ପ୍ରତି କ୍ଲାସରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢା ହେବ । ସୂଚନାଯୋଗ୍ୟଯେ, ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରୀ ୮ରୁ ଅପ୍ରେଲ ୨୬ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ପରୀକ୍ଷା ଦେବାକୁ ଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ । ଉଭୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଓ ରବିବାରକୁ ମିଶାଇ ୧୦୦ ଦିନର ପାଠପଢ଼ା ହେବ । ଅପରପକ୍ଷରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ନେଇ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ।