ନିଜ ଘରେ ନିଆଁ ଲଗାଇ ବାପା-ମା’ଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଛି ପୁଅ, କାରଣ ଜାଣିଲେ ହୋସ୍ ଉଡିଯିବ

ନିଜ ଘରେ ନିଆଁ ଲଗାଇ ବାପା-ମା’ଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଛି ପୁଅ, କାରଣ ଜାଣିଲେ ହୋସ୍ ଉଡିଯିବ

 ନିଜ ଘରେ ନିଆଁ ଲଗାଇ ବାପା-ମା’ଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଛି ପୁଅ, କାରଣ ଜାଣିଲେ ହୋସ୍ ଉଡିଯିବ
ଭୁବନେଶ୍ୱର: ମଦ ପିଇବାକୁ ଟଙ୍କା ନ ଦେବାରୁ ନିଜ ଘରେ ନିଆଁ ଲଗାଇ ବାପା-ମା’ଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଛି ପୁଅ । ଏନେଇ ଭରତପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ସେ ହେଲା, ବରମୁଣ୍ଡାସ୍ଥିତ ରୁଚିକା ମାର୍କେଟ ବସ୍ତିର ବାବୁ ନାହାକ (୨୫) । ପୁଲିସ ସୂଚନା ମୁତାବକ, ଗତକାଲି ବାବୁ ଘରେ ସକାଳୁ ବାପା ଉତ୍ତମ ନାହାକକୁ ମଦ ପିଇବାକୁ ଟଙ୍କା ମାଗିଥିଲା । କିନ୍ତୁ ଉତ୍ତମ ଟଙ୍କା ନ ଦେବାରୁ ସେ ଉତ୍ୟକ୍ତ ହୋଇ ଘରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିଥିଲା । ଏପରିକି ଉତ୍ତମଙ୍କୁ ମଧ୍ୟ ମାଡ଼ ମାରିଥିଲା । ଏହାପରେ ଦିନ ଦି’ ପହରେ ଘରେ ବାପା-ମା’ ଶୋଇଥିବା ବେଳେ ସେ ବାହାରପଟୁ କବାଟ ତାଲା ପକାଇ ଘରେ ନିଆଁ ଲଗାଇ ଦେଇଥିଲା । ନିଆଁ ଦେଖି ସ୍ଥାନୀୟ ପଡେ଼ାଶୀ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ଏ ସଂପର୍କରେ ଉତ୍ତମ ଭରତପୁର ଥାନାରେ ଅଭିଯୋଗ କରିଥିଲେ ।