ବିଜେପୁରର ‘ବିବେକ’ ଭୋଟ କଂଗ୍ରେସକୁ ଯିବ :ସୁର ରାଉତରାୟ

ବିଜେପୁରର ‘ବିବେକ’ ଭୋଟ କଂଗ୍ରେସକୁ ଯିବ :ସୁର ରାଉତରାୟ

 ବିଜେପୁରର ‘ବିବେକ’ ଭୋଟ  କଂଗ୍ରେସକୁ ଯିବ :ସୁର ରାଉତରାୟ
ଭୁବନେଶ୍ୱର: ନିଜେ କହିଥିବା କଥା ନିଜେ ବଦଳାଇଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେପୁରରେ କଂଗ୍ରେସର ସ୍ଥିତି ନେଇ ପୂର୍ବରୁ ଦେଇଥିବା ମନ୍ତବ୍ୟରୁ ଓହରିଯାଇଛନ୍ତି ସୁର ରାଉତରାୟ । ବିଜେପୁରରେ କଂଗ୍ରେସ ଜିତି ପାରିବ ନାହିଁ ବୋଲି ପୂର୍ବରୁ ଶ୍ରୀ ରାଉତରାୟ କହିଥିଲେ । ଏବେ କିନ୍ତୁ କଂଗ୍ରେସର ସ୍ଥିତି ପୂର୍ବ ଅପେକ୍ଷା ବଦଳିଥିବା ସେ କହିଛନ୍ତି । ସେ କହିଛନ୍ତି ଯେ, ପ୍ରଚାରର ଶେଷ ଦିନରେ କଂଗ୍ରେସକୁ ଅଧିକ ସମର୍ଥନ ମିଳିଛି । ବିଜେପୁରର ‘ବିବେକ’ ଭୋଟ କଂଗ୍ରେସକୁ ଯିବ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ସୁର କହିଥିଲେ ଯେ, ମୁଁ ଏଠି ୩/୪ ଦିନ ହେଲା ବୁଲୁଛି, ପ୍ରଚାର କରୁଛି । ଏବେ ପୂରା ନବୀନ ପଟ୍ଟନାୟକଙ୍କ ଜମାନା ଚାଲିଛି । ଏଠି ସେ ଯେତିକି ପତକା ଲଗାଇଛନ୍ତି, ଆମେ ୭ ଜନ୍ମରେ ପାରିବୁନି । ଯେମିତି ପୋଷ୍ଟର ମାରିଛନ୍ତି, ଆମେ ୨୦ ଜନ୍ମରେ ଦେଖିବୁନି । ସବୁ ପଇଯା ଏବେ ମୋଦୀ ଓ ନବୀନଙ୍କ ପାଖରେ । କଂଗ୍ରେସ ଏକଦମ ଶୁଖିଲା । ଏଭଳିସ୍ଥିତିରେ ମୋତେ କାହିଁ ଜିତିବା ଭଳି ଲାଗୁନାହିଁ । ବିନା ପଇସାରେ କଣ କିଛି ହେଲାଣି, ଭୋଟ ମିଳିଲାଣି । କଂଗ୍ରେସ ପାଖରେ ବିଲକୁଲ ପଇସା ନାହିଁ,ଭୋଟ କଣ ପାଇବୁ ବୋଲି ସୁର ରାଉତରାୟ କହିଥିଲେ । ଏହାଛଡ଼ା ଆମେ ଏଠାରେ ହାରିଯିବୁ, କାହିଁକି ବଡ଼ ବଡ଼ କଥା କହିବୁ । ନବୀନଙ୍କ ବେଳା ପଡ଼ିଛି, ସେ ମହାଶୂନ୍ୟରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସେ କହିଥିଲେ ।