ବିଶ୍ୱକପ ୨୦୧୯ : ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବ

ବିଶ୍ୱକପ ୨୦୧୯ : ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବ

 ବିଶ୍ୱକପ ୨୦୧୯ : ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବ
ନଟିଂହାମ : ବିଶ୍ୱକପ ୨୦୧୯ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକଭାବେ ଦେଖାଦେଇଛି । ପୂର୍ବରୁ ବର୍ଷା ଯୋଗୁଁ ୩ଟି ମ୍ୟାତ ସଂପୂର୍ଣ୍ଣ ବାତିଲ ହୋଇଯାଇଥିବାବେଳେ ଆଜି ମଧ୍ୟ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି । ନଟିଂହାମରେ ଗତ ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମଝିରେ କିଛି ସମୟ ଛାଡିଯାଇଥିଲା । କିନ୍ତୁ ଏବେ ପୁଣି ଥରେ ବର୍ଷା ଆରମ୍ଭ ହୋଇଯାଇଛି । ଫଳରେ ସ୍ୱାଭାବିକ ସମୟରେ ଖେଳ ଆରମ୍ଭ ନ ହେବାର ସମ୍ଭାବନା ନାହିଁ । ଭାରତୀୟ ସମୟ ୩ଟା ବେଳେ ପୁଣି ଥରେ ଫିଲ୍ଡ ପରିଦର୍ଶନ କରାଯିବ । ଏହା ପରେ ମ୍ୟାଚ କେତେବେଳେ ଆରମ୍ଭ ହେବ ତାହା ଜଣାପଡିବ । ଗୋଟିଏ ବିଶ୍ୱକପରେ ଏତେ ସଂଖ୍ୟକ ମ୍ୟାଚ ବର୍ଷାଯୋଗୁଁ ବାତିଲ ହେବା ପ୍ରଥମ ଘଟଣା ହୋଇଛି । ଏବେ ସୁଦ୍ଧା ୩ଟି ମ୍ୟାଚ େଓ୍ଵଷ୍ଟ ଇଣ୍ଡିଜ-ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା-ବାଂଲାଦେଶ ଓ ପାକିସ୍ତାନ ଶ୍ରୀଲଙ୍କା ମ୍ୟାଚ ବାତିଲ ହୋଇଯାଇଛି । ଏହା ଫଳରେ ଆଇସିସିର ଏହି କାର୍ୟ୍ୟସୂଚୀକୁ ନେଇ ପ୍ରଶ୍ନ ଉଠିଛି ।