20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି
20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି
admin
May 12, 2020 - 15:09
Updated: May 12, 2020 - 15:09
ଆଜି ପୁଣି କରୋନା ମହାମାରୀ ସମୟରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 4 ମାସରୁ ଅଧିକ ହେବ ବିଶ୍ୱ କରୋନା ମହାମାରୀ ଠୁ ମୁକାବିଲା କରୁଛି। ଭାରତରେ ମଧ୍ୟ ବହୁ ପରିବାର ନିକ ସଦସ୍ୟ ହରେଇ ଛନ୍ତି। ଏଭଳି ସଙ୍କଟ ଆମେ କେବେ ଦେଖିନୁ କି ଶୁଣିନୁ। ମାନବ ସମାଜ ପାଇଁ ଏହା ପୁରା ନୂଆ। କିନ୍ତୁ ଆମେ ହାରିବା ଶିଖିନୁ। ଆମେ ସବୁ ପ୍ରକାର ଯତ୍ନ ନେଇ ବଞ୍ଚିବ ଓ ଆଗକୁ ମଧ୍ୟ ବଢିବା।
ପ୍ରଧାନମନ୍ତ୍ରୀ କହିଲେ ଯେବେ କରୋନା ସଂକ୍ରମଣ ଆରମ୍ବ ହେଲା ସେ ସମୟରେ ଆମ ପାଖେରେ ପିପିଇଟି କିଟ ନ ଥିଲା କିନ୍ତୁ ବର୍ତ୍ତମାନ ଆମେ ଦୈନିକ 2 ଲକ୍ଷ ପିପିଇ କିଟ ଓ ନ95 ମାସ୍କ ତିଆରି କରୁଅଛୁ। ଭାରତର ସଂକୃତିର ସେଇ ଆତ୍ମା କଥା କୁହେ ଯାହା “ବସୁଧେବ କୁଟୁମ୍ବକମ” ବୁଝାଏ। ଆମେ ବିଶ୍ୱାସ କରୁ ଯେ ପୁରା ବିଶ୍ୱ ଏକ ପରିବାର। ଇତିହାସରେ ଅଛି ଭାରତର କଲ୍ୟାଣ ର ପ୍ରଭାବ ବିଶ୍ୱ ଦରବାରରେ ପଡେ। ଜୀବନ ଓ ମରଣ ଲଢେଇ ସମୟରେ ଭାରତର ମେଡ଼ିସିନକୁ ପୁରା ବିଶ୍ୱରେ ଭୁରିଭୁରି ପ୍ରଶଂସା ହେଉଛି। ଏହି ସମୟରେ ମଧ୍ୟ ପୁରା ବିଶ୍ୱ ଆଶା ରଖିଛି ଭାରତ ଏହି ମହାମାରୀ ମୁକାବିଲା ପାଇଁ ନିଶ୍ଚୟ କିଛି କରିବ। ଆମେ ସଦା ବେଳେ ବିଶ୍ୱ କଲ୍ୟାଣ ପାଇଁ ପ୍ରତିବଦ୍ଧ। ଆଜି ଭାରତ ଏକ ସମୃଦ୍ଧସାଳୀ ରାଷ୍ଟ୍ର ଭାବେ ଛିଡା ହୋଇଛି, ଏହା 130 କୋଟି ଭାରତବାସୀଙ୍କ ସଂକଳ୍ପ ଦ୍ୱାରା ସମ୍ଭବ।
20 ଲକ୍ଷ କୋଟି ଟଙ୍କା ର ପେକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଏହି ପେକେଜ ଦ୍ୱାରା ଦେଶର ବିଭିନ୍ନ ବର୍ଗ ପାଇଁ ଏହା ଏକ ସମ୍ବଳ ଓ ସହଯୋଗ ଭଳି କାମ କରିବ ବୋଲ ଶ୍ରୀ ମୋଦି କହିଛନ୍ତି | ଏହି ଆର୍ଥିକ ପେକେଜ ସବୁ ଉଦ୍ୟଗ ପାଇଁ ସହାୟକ ହେବ। ଦେଶର ଶ୍ରମିକ, ଚାଷୀ ସମସ୍ତଙ୍କ ପାଇଁ ଏହି ଆର୍ଥିକ ପେକେଜ ଅଛି, ଦେଶ ର ମଧ୍ୟମ ବର୍ଗ, ଶିଳ୍ପ , ସମସ୍ତଙ୍କ ପାଇଁ।
ପ୍ରଧାନମନ୍ତ୍ରୀ ସମସ୍ତେ ଦେଶ ବାସୀଙ୍କୁ ଧର୍ଯ୍ୟ ସହିତ ଏହି ସଙ୍କଟକୁ ମୁକାବିଲା କରୁଥିବା ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଲକ ଡାଉନ 4 ଏକ ନୂଆ ରୂପରେ ଆସିବ।