ମେ 18 ରୁ ଆରମ୍ଭ ହେବ ଲକ ଡାଉନ 4.0

ମେ 18 ରୁ ଆରମ୍ଭ ହେବ ଲକ ଡାଉନ 4.0

ମେ 18 ରୁ ଆରମ୍ଭ ହେବ ଲକ ଡାଉନ 4.0
ଲକ ଡାଉନ ପୁଣି ବଢିବ | ତେବେ କେତେକ କ୍ଷେତ୍ରରେ କୋହଳ କରାଯିବ | ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି | ମେ 18 ପୂର୍ବରୁ ଏନେଇ ସବିଶେଷ ଘୋଷଣା କରାଯିବ | ଦେଶବାସୀଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି | ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି | ସମାଜର ସବୁବର୍ଗର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜର ପରିକଳ୍ପନା କରାଯାଇଛି | ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଏହି ପ୍ୟାକେଜ ଅଭିପ୍ରେତ ବୋଲି ମୋଦି କହିଛନ୍ତି | ମୋଦି କହିଲେଯେ, ସାରା ବିଶ୍ୱ କରୋନା ବିରୋଧରେ ଲଢେଇ କରୁଛି | ସେ କେବେ ଏମିତି ସଙ୍କଟ ଦେଖିନଥିଲେ କି ଶୁଣି ନଥିଲେ | ତେବେ ଭାରତ ବର୍ଷ ଏହି ବିପଦକୁ ସୁଯୋଗରେ ପରିଣତ କରିପାରିଛି | ଦୁନିଆର ଛବି ବଦଳାଇବାର ସାମର୍ଥ୍ୟ ଭାରତର ଅଛି | ଏକଦା ଭାରତ ଥିଲା ସୁନାର ଚଢେଇ | ଭାରତବାସୀଙ୍କର ସାଧନା, ସାମର୍ଥ୍ୟ ଓ ପ୍ରତିଭା ଅଛି | ତେବେ ଆର୍ଥିକ ପ୍ୟାକେଜ ନେଇ ଅର୍ଥ ମନ୍ତ୍ରୀ ସବିଶେଷ ସୂଚନା ପ୍ରଦାନ କରିବେ | ପୂର୍ବର ପ୍ୟାକେଜ ଓ ଆର୍ଥିକ ପ୍ୟାକେଜକୁ ମିଶାଇଲେ 20 ଲକ୍ଷ କୋଟି ଟଙ୍କା ହେବ ବୋଲି ମୋଦି କହିଛନ୍ତି |