ଭସାଣ ନେଲେ ୩୫୦ ମୂର୍ତ୍ତି, ଦୁଲୁକିଲା କଟକ ସହର
ରବିବାର ପ୍ରଥମ ପର୍ଯ୍ୟାୟ ଗଣେଶ ଭଷାଣୀ କଟକ ସହରରେ ଶାନ୍ତି ଶୃଙ୍ଖଳା ସହିତ ଭସାଣି ଉତ୍ସବ ସମ୍ପର୍ନ୍ନ ହୋଇଛି। 350 ରୁ ଉର୍ଦ୍ଧ୍ବ ଗଣେଶ ପ୍ରତିମା ଗୁଡ଼ିକ କାଠ ଯୋଡ଼ି ଏବଂ ମହାନଦୀରେ ବିସର୍ଜନ କରାଯାଇଛି। କାଠ ଯୋଡ଼ି ନଦୀ କୂଳ ଦେବୀ ଗଡା ଠାରେ ଗଣେଶ ପ୍ରତିମା ଗୁଡ଼ିକ ବିସର୍ଜନ କରିବା ପାଇଁ କୃତ୍ରିମ ଜଳାଶୟ ସ୍ଥାପନ କରାଯାଇଥିଲା। ଗଣେଶ ପ୍ରତିମା ଗୁଡ଼ିକ ସେହି କୃତ୍ରିମ ଜଳାଶୟ ରେ ବିସର୍ଜନ କରାଯାଇଛି। ଗଣେଶ ଭସାଣି ପାଇଁ ଆଜି କଟକ ସହର ଚଳ ଚଞ୍ଚଳ ହୋଇ ଉଠିଛି। ବିଭିନ୍ନ କ୍ଳବ୍ ଏବଂ ବିଭିନ୍ନ ସାହି ମଣ୍ଡପ ପକ୍ଷରୁ ଭସାଣି ପାଇଁ ବାଜା ପତାକା, ଆଲୋକ ନେଇ ଶୋଭା ଯାତ୍ରା ବାହାରିଥିଲା। ବିଭିନ୍ନ ମଣ୍ଡପ ରୁ ଏହି ଶୋଭାଯାତ୍ରା ବାହାରି ସାହି ପରିକ୍ରମା ପରେ ଭସାଣି ପାଇଁ କାଠ ଯୋଡ଼ି ନଦୀ ଅଭିମୁଖେ ଯାତ୍ରା କରିଥିଲେ। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 18 ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଛି। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରି ସମ୍ବର୍ଦ୍ଧିତ କରାଯାଇଥିଲା। ଭସାଣି ଶୋଭାଯାତ୍ରା ପାଇଁ ବିଭିନ୍ନ ଛକ ମାନଙ୍କ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ଡି ଜେ କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ରାତି 10 ଟା ପରେ ମେଢ଼ ଶୋଭାଯାତ୍ରାରେ ବାଜକୁ ବନ୍ଦ କରିଦିଆଯାଇଛି। ରବିବାର ରାତି ସୁଦ୍ଧା ପୁରୀଘାଟ ସ୍ଥିତ 300 ରୁ ଉର୍ଦ୍ଧ୍ବ ମୂର୍ତ୍ତି ଗୁଡ଼ିକ ବିସର୍ଜିତ ହୋଇ ଯାଇଛି। ମୋଟାମୋଟି ଭାବରେ ଭସାଣି ଶୋଭାଯାତ୍ରା ଶାନ୍ତି ପୂର୍ଣ୍ଣ ଥିଲା ବେଳେ ମଝିରେ ମଝିରେ ବର୍ଷା ଯୋଗୁ ଶୋଭାଯାତ୍ରା ପାଇଁ ପ୍ରତି ବନ୍ଧକ ସୃଷ୍ଟି କରୁଥିଲା।