ଝାରସୁଗୁଡ଼ା: ବିଜେଡି ଆଗୁଆ
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । ତେବେ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ଦୀପଳି ଦାସଙ୍କୁ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୧୧୨୫୬ଟି ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୬୭୪୬ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୨୬୩ଟି ଭୋଟ ମିଳିଛି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।