୫ବର୍ଷ ନିର୍ବାଚନ ଲଢିପାରିବେନି ଇମ୍ରାନ

୫ବର୍ଷ ନିର୍ବାଚନ ଲଢିପାରିବେନି ଇମ୍ରାନ

ନୂଆଦିଲ୍ଲୀ:    ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବହୁ ଚର୍ଚ୍ଚିତ ତୋଷଖାନା ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ ଖାନ । ପାକିସ୍ତାନ ଇସଲାମାବାଦ ଟ୍ରାଏଲ କୋର୍ଟ ମାମଲା ଉପରେ ଶୁଣାଣୀ କରି ଇମ୍ରାନଙ୍କୁ ୩ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ଟ୍ରାଏଲ କୋର୍ଟଙ୍କ ଫଇସଲାର ତୁରନ୍ତ ପରେ ଲାହୋରରେ ଥିବା ଇମ୍ରାନଙ୍କ ଘରେ ପହଁଚିଛି ପାକିସ୍ତାନ ପୁଲିସ ଓ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ସବୁଠୁ ବଡ କଥା ହେଉଛି କୋର୍ଟ ୩ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫ବର୍ଷ ପାଇଁ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତେଣୁ ଆଗାମୀ ୫ବର୍ଷ ଯାଏଁ ସେ ଆଉ କୌଣସି ନିର୍ବାଚନ ଲଢିପାରିବେନି । ଶନିବାର ଶୁଣାଣୀ ସମୟରେ କୋର୍ଟରେ ଅନୁପସ୍ଥିିତ ରହିଥିଲେ ଇମ୍ରାନ । କୋର୍ଟ ଶୁଣାଣୀ କରି ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

୨୦୨୮ରୁ ୨୨ କାର୍ୟ୍ୟକାଳ ସମୟରେ ଇମ୍ରାନ ଖାନ ୧୪କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ପାକିସ୍ତାନର ସରକାରୀ ଉପହାର ଭଣ୍ଡାରରୁ ଉପହାରକୁ ନେଇ ବେନିୟମଭାବେ ବିକ୍ରି କରିଥିଲେ ଇମ୍ରାନ । ଦେଶବିଦେଶରୁ ବେଶ ଦାମୀ ଉପହାର ତୋଷଖାନାରେ ରହିଥିବାବେଳେ ଏହାକୁ ଆତ୍ମସାତ କରିଥିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ।

ଚଳିତବର୍ଷ ନଭେମ୍ବରମାସରେ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଯଦି ଇମ୍ରାନ ଉପର କୋର୍ଟକୁ ଯିବେ ଓ ତାଙ୍କ ସପକ୍ଷରେ ଫଇସଲା ଆସିବ ତେବେ ହୁଏତ ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ ।