ଅହମଦ ଖାନ୍‌ଙ୍କ ଫିଲ୍ମରେ ଜ୍ୟାକ୍‌ଲିନ

ଅହମଦ ଖାନ୍‌ଙ୍କ ଫିଲ୍ମରେ ଜ୍ୟାକ୍‌ଲିନ

ଭୁବନେଶ୍ୱର : ପ୍ୱର୍ବରୁ ଦର୍ଶକଙ୍କୁ ଢେର ହସାଇଥିବା ୱେଲକମ୍‌ ଓ ୱେଲକମ ୨ ଫିଲ୍ମ ର ତୃତୀୟ ସଂସ୍କରଣ ବା ୱେଲକମ୍‌-୩ରେ ସଂସ୍କରଣ ଆସିବାକୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଏହି ତୃତୀୟ ସଂସ୍କରଣରେ ଅକ୍ଷୟ କୁମାର, ଅର୍ଶଦ ୱାରିସ ଓ ସଞ୍ଜୟ ଦତ୍ତ ଅଭିନୟ କରିବେ ଶୁଣିଲା ପରେ ଦର୍ଶକ ଏହାର ନାୟିକା କିଏ ହେବେ ତାହା ନେଇ ଅପେକ୍ଷାରେ ଥିଲେ । ତେବେ ଅହମଦ ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ନାୟିକା ଭାବେ ସାଇନ୍‌ କରାଯାଇଛି । ଅନୀସ ବଜ୍‌ମୀ ଏହି ଫିଲ୍ମର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣରେ ନିର୍ଦ୍ଦେଶନା ଦେଇଥିଲେ । ଏବେ ଏହାର ତୃତୀୟ ନିର୍ଦ୍ଦେଶନା ଦେବେ ଅହମଦ । ଫିଲ୍ମ ମେକର ଖୁବ୍‌ଶୀଘ୍ର ଫିଲ୍ମ ଓ ଷ୍ଟାରକାଷ୍ଟଙ୍କ ନାଁ ବିଷୟରେ ଔପଜାରିକ ଭାବେ ଘୋଷଣା କରିବେ । ଜ୍ୟାକ୍‌ଲିନଙ୍କ ସହ ଏଥିରେ ଦିଶା ମଧ୍ୟ ଅଭିନୟ କରିବେ ।