ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଭୋଟ୍‌ ଆଜି : ଗଣତି ଅଗଷ୍ଟ ୧୧ରେ

ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଭୋଟ୍‌ ଆଜି : ଗଣତି ଅଗଷ୍ଟ ୧୧ରେ

ଭୁବନେଶ୍ବର: ଆଜି ରାଜ୍ୟର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର, ୯ଟି ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ହେବ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁଲିଂ ଅଧିକାରୀମାନେ ଇଭିଏମ୍‌ ସହ ବୁଥ୍‌ରେ ପହଞ୍ଚିଯାଇଛନ୍ତି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ଅଗଷ୍ଟ ୧୧ରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା ହେବ। 

କଟକର ଡମପଡ଼ା, ଶରଧାପୁର, ଗଞ୍ଜାମର ଅମୃତୁଲୁ, ମୟୂରଭଞ୍ଜର ପାନପତ୍ରିଆ, ନବରଙ୍ଗପୁରର ସାନମ୍ବଦା, ପୁରୀର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ମତଦାନ ହେବ। ସେହିପରି ଯାଜପୁର ଜିଲ୍ଲାର ଜୋନ୍‌ ନଂ-୧୫, ଧର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ବି ମତଦାନ ହେବ। ଏହାବାଦ୍ ବଲାଙ୍ଗୀରର ଗୋଟିଏ ୱାର୍ଡ, ବାଲେଶ୍ବରର ୨ଟି, ବରଗଡ଼ର ୫ଟି, କଟକର ୩ଟି, ଗଞ୍ଜାମର ୬ଟି, ଯାଜପୁରର ୨ଟି, କଳାହାଣ୍ଡିର୪ଟି, କେନ୍ଦ୍ରାପଡ଼ାର ଗୋଟିଏ, କେନ୍ଦୁଝରର ୩ଟି, କୋରାପୁଟର ୨ଟି, ମୟୂରଭଞ୍ଜର ୪ଟି, ନବରଙ୍ଗପୁରର ୧୦ଟି ୱାର୍ଡ, ନୟାଗଡ଼ର ୨ଟି, ସୁବର୍ଣ୍ଣପୁରର ଗୋଟିଏ ୱାର୍ଡରେ ୱାର୍ଡମେମ୍ବର ପଦବି, ୮ଟି ଜିଲ୍ଲାରେ ୯ଟି ପଞ୍ଚାୟତ ସମିତି ସଭ୍ୟ ପାଇଁ ମତଦାନ ହେବ।