RSPର ଦୁଇ ଡିଜିଏମ ସସପେଣ୍ଡ

RSPର ଦୁଇ ଡିଜିଏମ ସସପେଣ୍ଡ

RSPର ଦୁଇ ଡିଜିଏମ ସସପେଣ୍ଡ
ଭୁବନେଶ୍ୱର:ରାଉରକେଲା ଷ୍ଟିଲ ପ୍ଲାଂଟରେ ଗ୍ୟାସ ଲିକ୍ ହୋଇ ୪ ମୃତ ଘଟଣା । ଷ୍ଟିଲ ପ୍ଲାଂଟ ସିଇଓ ୨ ଜଣ ଡିଜିଏମଙ୍କୁ ନିଲମ୍ବିତ କରିଛନ୍ତି । କୋଲ୍ କେମିକାଲ ଡିପାର୍ଟମେଂଟର ଡିଜିଏମ ଏନ.ଦାସ ଓ ଏନର୍ଜି ମ୍ୟାନେଜମେଂଟ ଡିଜିଏମ ଜି.ବାରିକ ମଧ୍ୟ ନିଲମ୍ବିତ କରାଯାଇଛି । କର୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦେବାକୁ କତୃପକ୍ଷ ନିଷ୍ପତି ନେଇଛନ୍ତି । ରାଉରକେଲା ଷ୍ଟିଲ ପ୍ଲାଂଟ ସଂଚାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ,ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ ମୋଟ ୪ ଜଣଙ୍କ ମୃତୁ୍ୟ ହୋଇଛି । ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ମୋଟ ୪ ଜଣଙ୍କ ମୃତୁ୍ୟ ହୋଇଛି । ୪ ଜଣଙ୍କ ମୃତୁ୍ୟ ନେଇ ଆଇଜିଏଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ୧୦ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ମୃତକ ମାନେ ହେଲେ ଅଭୟ ସା, ରବୀନ୍ଦ୍ର ସାହୁ, ଗଣେଶଚନ୍ଦ୍ର ସାହିଲ ଓ ବ୍ରହ୍ମାନନ୍ଦ ପଣ୍ଡା। ପ୍ରକାଶ ଯେ, କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିଲା । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି, କେଉଁ ଅଧିକାରୀଙ୍କ ଅବହେଳା କାରଣରୁ ଏପରି ଲିକ ହୋଇଛି ପୋଲିସ ପ୍ଲାଂଟରେ ଯାଇ ତନାଘନା ଆରମ୍ଭ କରିଛି । ଏଭଳି ଗ୍ୟାସ ଲିକ କାରଣରୁ ପ୍ଲାଂଟ ନିକଟରେ ରହୁଥିବା ଅଧିବାସୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଅସୁସ୍ଥ ହୋଇଥିବା ସମସ୍ତ ଠିକା ଶ୍ରମିକ ଷ୍ଟାର ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଛି । ଆରଏସପିର ବରିଷ୍ଠ ଅଧିକାରୀ, ସୁରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ନେଇ ଶ୍ରମିକ ସଂଗଠନ ମହଲରେ ଆସନ୍ତୋଷ ଦେଖାଦେଇଛି । ଗ୍ୟାସ ଲିକ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।