ବିଶ୍ୱର ରହସ୍ୟମୟ ସ୍ଥାନ
କାଲିଫର୍ଣ୍ଣିଆ ଏବଂ ନେଭାଡା ସୀମାରେଖାକୁ ଲାଗି ରହିଥିବା ଡେଥ୍ ଭ୍ୟାଲି ନ୍ୟାଶନାଲ୍ ପାର୍କରେ ପଥର ବି ଚାଲିଥାଏ । ଏହି ପାର୍କରେ ରହିଛି ଏକ ଶୁଖିଲା ହ୍ରଦ । ଏଠାରେ ପଥର ଏକ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ଶହ ଶହ ମିଟର ଦୂର ଆପେ ଆପେ ଘୁଂଚିଘୁଂଚି ଯାଉଥିବା ଦେଖିବାକୁ ମିଳେ ।
ଆମେରିକାର ନ୍ୟୁୟର୍କ ସହରରେ ରହିଛି ଚେଷ୍ଟନଟ୍ ରିଜ୍ ପାର୍କ । ଏଠାରେ ରହିଛି ଏକ ଗୁମ୍ଫା । ଯେଉଁଠାରେ ଅହ ରହ ନିଆଁ ଜଳୁଥିବାର ଦେଖିବାକୁ ମିଳେ ।
ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀଗୁଡିକ ମଧ୍ୟରେ ରହିଛି ଡ୍ରାଗନ୍ ଏଗ୍ ବିଚ୍ । ଏହି ବେଳାଭୂମିରେ ଥିବା ଗୋଲାକାର ପଥର ଡ୍ରାଗନ ଭଳି କୌଣସି ବଡ ଜୀବ ଅଣ୍ଡାର ଭ୍ରମ ସୃଷ୍ଟି କରେ । ପଥର ଫାଟରୁ ଅଣ୍ଡାରୁ ଛୁଆ ଫୁଟି ବାହାରିବା ଭଳି ଦେଖାଯାଇଥାଏ ।