ପୋଲ ତଳକୁ ଖସିଲା ଟ୍ରକ୍, ୨ ମୃତ

ପୋଲ ତଳକୁ ଖସିଲା ଟ୍ରକ୍, ୨ ମୃତ

ବାରିପଦା : ମୟୂରଭଞ୍ଜ ବାଙ୍ଗିରପୋଷି ଥାନା ଜଗନ୍ନାଥ ଖୁଣ୍ଟା ଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ମାଲବାହୀ ଟ୍ରକ୍। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ଜୀବନ ଚାଲିଯାଇଛି। 

ଗତକାଲି ବିଳମ୍ବିତ ରାତିରେ ବାରିପଦାରୁ ଝାରପୋଖରିଆ ଅଭିମୁଖେ ଯାଉଥିବା ଏକ ଟ୍ରକ ୧୮ନଂ ଜାତୀୟ ରାଜପଥର ଜଗନ୍ନାଥଖୁଣ୍ଟା ନିକଟରେ ଭାରସାମ୍ୟ ହରାଇ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଉପରେ ନିର୍ମିତ ପୋଲ ତଳକୁ ଖସି ପଡ଼ିଥିଲା। ନଦୀରେ ପାଣି ନଥିବାରୁ ପଥରରେ ପିଟି ହୋଇ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକ ଓ ହେଲ୍ପରଙ୍କ ମୃତଦେହକୁ ଟ୍ରକ୍ ଭିତରୁ ଉଦ୍ଧାର କରିଥିଲେ। ତେବେ ମୃତ ୨ ଜଣ ଶ୍ରୀକାକୁଲମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।