ସ୍କୁଲ ପାଚେରୀ ଭୁଶୁଡି ଭାଙ୍ଗିଲା ଏକାଧିକ ଗାଡି । ଅଳ୍ପକେ ବର୍ତ୍ତିଲା ଜୀବନ

ସ୍କୁଲ ପାଚେରୀ ଭୁଶୁଡି ଭାଙ୍ଗିଲା ଏକାଧିକ ଗାଡି । ଅଳ୍ପକେ ବର୍ତ୍ତିଲା ଜୀବନ

ସ୍କୁଲ ପାଚେରୀ ଭୁଶୁଡି ଭାଙ୍ଗିଲା ଏକାଧିକ ଗାଡି । ଅଳ୍ପକେ ବର୍ତ୍ତିଲା ଜୀବନ । ରାଜଧାନୀ ଭୁବନେଶ୍ବର ୟୁନିଟ ୯ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମହାରାଜା ହଲ ପଛ ପାର୍ଶ୍ଵରେ ଥିବା Children center of integral education ସ୍କୁଲ ର ପାଚେରୀ କାଲି ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ପଡିଛି । ୨ ଟି ଗାଡି ପାଚେରୀ ତଳେ ରହିବା ଯୋଗୁଁ ସମ୍ପୁର୍ଣ୍ଣ କ୍ଷତିଗସ୍ତ ହୋଇଛି । ଗୋଟିଏ ଘର ମଧ୍ୟ କ୍ଷତିଗସ୍ତ ହୋଇଛି। କିନ୍ତୁ ସ୍ଥାନୀୟ ଲୋକେ ଏଥିରୁ ବର୍ତ୍ତିଯାଇଛନ୍ତି । ସେପଟେ ବିପଦଶଙ୍କୁଳ ଅବସ୍ଥାରେ ଗତ କିଛି ଦିନ ହେବ ଏହି ପାଚେରୀ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପାଚେରୀ ମରାମତି ହୋଇନଥିବାରୁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ ।