ବଜେଟକୁ ନେଇ ଗୃହ ହୁଲୁସ୍ତୁଲୁ

ବଜେଟକୁ ନେଇ ଗୃହ ହୁଲୁସ୍ତୁଲୁ

ଏଥର ରାଜ୍ୟସଭା ହେଉ କିମ୍ବା ଲୋକସଭା, ବଜେଟକୁ ନେଇ ଗୃହ ହୁଲୁସ୍ତୁଲୁ । ବିରୋଧୀଙ୍କ ମୁଡବି କିଛି କମ୍ ନୁହେଁ । ପୂର୍ବ ଅପେକ୍ଷା ଏଥର ସରକାରଙ୍କୁ  ଚାରିପଟୁ ଘେରିଛନ୍ତି ବିରୋଧୀ । କିଏ ଜେଲର ବଜେଟ୍ ବଢାଇବାକୁ କହି କଟାକ୍ଷ କରିଛନ୍ତି ତ ଆଉ କିଏ, ସରକାର ପ୍ରତି ବାଚଷ୍ପତିଙ୍କ ଟାଳଟୁଳ ନିତି କହି, ଆଙ୍ଗୁଳୀ ନିର୍ଦେଶ କରିଛନ୍ତି । କିନ୍ତୁ ସବୁଠାରୁ ବଡକଥା ହେଲା, ଏତେ ପରେବି ବାଚଷ୍ପତି କାହାକୁ କରିନାହାଁନ୍ତି ସସପେଣ୍ଡ । ଏପଟେ ବଜେଟକୁ ନେଇ ଓଡିଶାବି ନିରାଷ ! ତେବେ କେନ୍ଦ୍ର ବଜେଟକୁ ନେଇ ଆମର ଏ ସ୍ବତନ୍ତ୍ର ଉପସ୍ଥାପନା, ଏଥରର ବଜେଟ୍, ଫାଇଦା କାହା ପାଇଁ ।

ଏଥର ରାଜ୍ୟସଭା ହେଉ କିମ୍ବା ଲୋକସଭା, କେନ୍ଦ୍ରର ବଜେଟକୁ ନେଇ ଗୃହ କିନ୍ତୁ ହୁଲୁସ୍ତୁଲୁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିବା ପରେ ବିରୋଧୀ ଥିଲେ ପୁରା ଖପା । ଏପଟେ ଓଡିଶାରେ ମଧ୍ୟ କ୍ଷୋବ ପ୍ରକାଶ କରିଛନ୍ତି ଉଭୟ କୃଷକ ନେତା ଏବଂ ବିଶିଷ୍ଟ ଶିକ୍ଷାବିତ୍ । ସେମାଙ୍କ କହିବା ମୁତାବକ ଏଥରର ବଜେଟ ଛାତ୍ରଛାତ୍ରୀଙ୍କ ପାଇଁ  ନୈରାଶ୍ୟ ଜନକ

ସେପଟେ କୃଷକ ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି, ଏଥରର ବଜେଟ ନିହାତି ନୈରାଶ୍ୟ ଜନକ । ଖାଲି ସେତିକି ନୁହେଁ କୃଷି ସଙ୍କଟକୁ ଆହୁରୀ ତିବ୍ର କରିବ ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି  !