କାହିଁକି ଶୁଭ କାମରେ ଲଫାପାରେ ଦିଆଯାଏ ଏକ ଟଙ୍କାର କଏନ୍, ଜାଣନ୍ତୁ ଏହା ପଛର କାରଣ

କାହିଁକି ଶୁଭ କାମରେ ଲଫାପାରେ ଦିଆଯାଏ ଏକ ଟଙ୍କାର କଏନ୍, ଜାଣନ୍ତୁ ଏହା ପଛର କାରଣ

ଜ୍ୟେତିଷ ଶାସ୍ତ୍ର ଅନୁସାରେ କୌଣସି ବି ଶୁଭ ଏବଂ ମାଙ୍ଗଳିକ କାର୍ୟ୍ୟରେ କିଛି ପଇସା ଦିଆଯାଏ । ବିବାହ, ବ୍ରତଘର, ଗୃହ ପ୍ରବେଶ ଆଦିରେ ଏକ ଟଙ୍କା କଏନ୍ ଶୁଭ ରୂପେ ଲଫାଫାରେ ଦିଆଯାଏ । ସେଥିରେ ନିଜ ଅନୁସାରେ ୫୦୧, ୧୧୦୧ ବା ୨୧୦୧ ଟଙ୍କା ଦିଆଯାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲଫାପାରେ ସବୁବେଳେ ୧ ଟଙ୍କାର କଏନ୍ କାହିଁକି ଦିଆଯାଏ । ୨ ବା ୫ ଟଙ୍କାର କଏନ୍ କାହିଁକି ଦିଆଯାଏନି ? ତେବେ ଚାଲନ୍ତୁ ଏସମ୍ପର୍କରେ ଜାଣିବା

ଶାସ୍ତ୍ରରେ ବିବାହରେ ଶୁଭ ରୂପେ ଏକ ଟଙ୍କା କଏନ୍ ଏଥିପାଇଁ ଦିଆଯାଏ କାରଣ ଏକ ଟଙ୍କାର କଏନ୍ ଯୋଡିହେବା ଦ୍ୱାରା ନୋଟର ରାଶି ବିଭାଜିତ ହୋଇପାରୁନଥିବା ରାଶି ପାଲଟିଯାଏ । ଏହା ଦ୍ୱାରା ମାନ୍ୟତା ରହିଛି ସେହି ନବଦମ୍ପତିଙ୍କ ସମ୍ପର୍କ ମଧ୍ୟ ସାରା ଜୀବନ ପାଇଁ ବିଭାଜିତ ନହୋଇ ସୁରକ୍ଷିତ ରୁହେ ।

ଶାସ୍ତ୍ର ଅନୁସାରେ ଲଫାପାରେ ଟଙ୍କିକିଆ କଏନ ଦେବା ଶୁଭ ହୋଇଥାଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କୁ ଧାତୁ ରୂପେ ମଧ୍ୟ ସମସ୍ତେ ମାନନ୍ତି । ତେଣୁ ଲଫାପାରେ ମା ଲକ୍ଷ୍ମୀଙ୍କ ରୂପେ କଏନ ଦିଆଯାଏ । ଏହା ସହ ଟଙ୍କିକିଆ କଏନକୁ ଉନ୍ନତିର ପ୍ରତୀକ ମଧ୍ୟ ସମସ୍ତେ ମାନନ୍ତି । କୁହାଯାଏ ଟଙ୍କାଟାଏ ଦେଲେ ସେହି ବ୍ୟକ୍ତିର ଆର୍ଥିକ ଉନ୍ନତି ହୋଇଥାଏ ।

ଆଉ ଏକ ମାନ୍ୟତା ଅନୁସାରେ ଶୂନ୍ୟ ଏକ ଶୁଭ ନମ୍ବର ନୁହେଁ । କୌଣସି ବି ନମ୍ବର ଶେଷରେ ଶୂନ୍ୟ ଲାଗିଲେ ଶୁଭ ହୋଇନଥାଏ । ଯଦି କାହାକୁ ୫୦୦, ୨୦୦ ଆଦି ରାଶି ଗିଫ୍ଟ ରୂପେ ଦିଆଯାଏ ତେବେ ଏହାର ଅର୍ଥ ଆପଣ ତାଙ୍କ ସମ୍ପର୍କ ଖରାପ କରିବାକୁ ଚାହୁଁଛନ୍ତି । ତେଣୁ ଗିଫ୍ଟ ରାଶିରେ ଟଙ୍କିକିଆ କଏନ ପ୍ରଦାନ କରାଯାଏ ।