ମିଶନ ସୂର୍ୟ୍ୟ :ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରେ ପିଏସଏଲଭି-ସି୫୭
ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ସଫଳତା ପରେ ଏବେ ଇସ୍ରୋର ନଜର ସୂର୍ୟ୍ୟ ଉପରେ ରହିଛି । ମିଶନ ସୂର୍ୟ୍ୟ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ସେପ୍ଟେମ୍ବର ୨ ତାରିଖରେ ଅର୍ଥାତ୍ ଆସନ୍ତା ଶୁକ୍ରବାର ଭାରତ ତାର ସୂର୍ୟ୍ୟ ଅଭିଯାନ ଆରମ୍ଭ କରିବ । ସେଥିପାଇଁ ଇସ୍ରୋର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏବେ ପିଏସଏଲଭି-ସି୫୭ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡକୁ ନିଆଯାଇଛି । ଯାହା ଆଦିତ୍ୟ ଆଦିତ୍ୟ-ଏଲ୍ୱାନକୁ ନେଇ ମହାକାଶକୁ ଯିବା ପାଇଁ ପ୍ରସ୍ତୁତ ରହିଛି ।
ଏନେଇ ଇସ୍ରୋ ସ୍ପେସଫ୍ଲାଇଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆସନ୍ତା ଶୁକ୍ରବାର ଦିନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ । ଯାହାକୁ ନେଇ ଭାରତ ସମେତ ସାରା ବିଶ୍ୱର ଉତ୍କଣ୍ଠା ବଢିଛି । ମହାକାଶ ଯାନ ପିଏସ୍ଏଲଭି- ସି-୫୭, ଆଦିତ୍ୟ-ଏଲ୍ୱାନକୁ ନେଇ ମହାକାଶକୁ ଯିବ । ଆଦିତ୍ୟ –ଏଲ୍ୱାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ୟ୍ୟର ଅନୁଧ୍ୟାନ କରିବ । ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ ସନ୍ ସିଷ୍ଟମର ପ୍ରଥମ ଲାଗରାଞ୍ଜିଆନ ବା ଏଲ-ୱାନର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ । ପୃଥିବୀ ଠାରୁ ୧୫ଲକ୍ଷ କିମି ଦୂରରେ ରହି ସୂର୍ୟ୍ୟର ଅଜଣା ତଥ୍ୟ ଉପରେ ସଂଗ୍ରହ କରିବ ।