ଆସନ୍ତାକାଲି ଲଘୁଚାପ, ଧୀରେ ଧୀରେ ନେବ ବାତ୍ୟା ରୂପ
ଭୁବନେଶ୍ୱର: ଆଜି ସୁଦ୍ଧା ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଅର୍ଥାତ ଆସନ୍ତାକାଲି ଆଡ଼କୁ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ୮ ତାରିଖ ସୋମବାର ସୁଦ୍ଧା ଅବପାତର ରୂପ ନେବ। ଏହାପରେ ଅବପାତଟି ଆହୁରି ଘନୀଭୂତ ହେବ ଓ ବାତ୍ୟା ରୂପରେ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ। ତେବେ ବାତ୍ୟା ଟି କେତେ ଘନୀଭୂତ ହେବ, ଏହାର ଗତିପଥ କିଭଳି ରହିବ ଓ ତୀବ୍ରତା କେ ତେ ରହିବ; ତାହା ଲଘୁଚାପ ସୃଷ୍ଟି ପରେ ଅଧିକ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।




admin 