ବୃଦ୍ଧି ହୋଇପାରେ ଡିଏ
ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଏକ ଉପହାର ମିଳିପାରେ। ଡିଏକୁ ଚାରି ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରେ। ଆଜି ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କର୍ମଚାରୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ମହଙ୍ଗା ଭତ୍ତାକୁ ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି କ୍ୟାବିନେଟ ଅନୁମୋଦନ ହେବ ବୋଲି ଚର୍ଚ୍ଚା ହେଉଛି। ବର୍ଦ୍ଧିତ ଡିଏକୁ ଚଳିତ ବର୍ଷ ଜାନୁୟାରୀ ୧ରୁ କାର୍ୟ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଅର୍ଥ ହେଉଛି ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ କିଛି ଭଲ ଖବର ପାଇପାରିବେ।