ଲୋକସଭା ନିର୍ବାଚନ: ଆଜିଠାରୁ ନାମାଙ୍କନ

ଲୋକସଭା ନିର୍ବାଚନ: ଆଜିଠାରୁ ନାମାଙ୍କନ

ନୂଆଦିଲ୍ଲୀ:  ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ତାରିଖ ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ରାଜନୈତିକ ଦଳ । ଚଳିତ ଥର ନିର୍ବାଚନ ୭ଟି ପର୍ୟ୍ୟାୟରେ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ୟ୍ୟାୟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଭାରତୀୟ ନିର୍ବାଚନ କମିଶନ ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ପ୍ରଥମ ପର୍ୟ୍ୟାୟରେ ଏପ୍ରିଲ ୧୯ ତାରିଖରେ ୨୧ଟି ରାଜ୍ୟରେ ୧୦୨ଟି ଆସନରେ ଭୋଟ ଗ୍ରହଣ କରାଯିବ । ଏହି ସିଟ୍ ପାଇଁ ମାର୍ଚ୍ଚ ୨୭ ପର୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏହାପରେ ମାର୍ଚ୍ଚ ୨୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀମାନେ ଚାହିଁଲେ ମାର୍ଚ୍ଚ ୩୦ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । କିନ୍ତୁ ବିହାରରେ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ସୀମା ଗୋଟିଏ ଦିନ ବୃଦ୍ଧି କରାଯାଇଛି । ହୋଲି ରହିଥିବାରୁ ୨୮ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ସେହିପରି ବିହାରରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଏପ୍ରିଲ ୨ ରଖାଯାଇଛି। ୧୯ ଏପ୍ରିଲରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ୪ରେ ପ୍ରକାଶ ପାଇବ ରେଜଲ୍ଟ ।
 ପ୍ରଥମ ପର୍ୟ୍ୟାୟରେ ତାମିଲନାଡୁରେ ସର୍ବାଧିକ ୩୯ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହିତ ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ, ଉତ୍ତରଖଣ୍ଡ ଏବଂ ମହାରାଷ୍ଟ୍ରରେ ୫ ଲେଖାଏଁ, ବିହାରରେ ୪, ପଶ୍ଚିମବଙ୍ଗରେ ୩, ଅରୁଣାଞ୍ଚଳପ୍ରଦେଶରେ, ମଣିପୁର ଏବଂ ମେଘାଳୟରେ ୨ ଲେଖାଏଁ, ମଜୋରାମ, ନାଗାଲାଣ୍ଡ, ଆଣ୍ଡାମାନ-ନିକୋବର, ଜମ୍ମୁକାଶ୍ମୀର, ଲକ୍ଷାଦ୍ବୀପ, ପୁଡୁଚେରୀ, ସିକିମ, ଛଡିଶଗଡ଼ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେବ।