ବଢୁଛି ହାତୀ ଉପଦ୍ରବ, ଚାଲିଗଲା ନିରିହ ଜୀବନ

ବଢୁଛି ହାତୀ ଉପଦ୍ରବ, ଚାଲିଗଲା ନିରିହ ଜୀବନ

ଦଳି ଦେଲା ଦନ୍ତା, ଚାଲିଗଲା ଆଉ ଏକ ଜୀବନ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଦୁବୁନା ଏସାର ଛକ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଅଞ୍ଚଳର ଗୁରୁ ଚରଣ ନାଏକ । ସେ ଏକ ଖୋଲା ହାଣ୍ଡିଆ ଦୋକାନରେ ଶୋଇଥିବା ବେଳେ, ଆଜି ଭୋର୍ ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ ଓ ବାମେବାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ ୨୦ ତାରିଖରେ କାଳିମାଟିରେ ରାଜେଶ ମୁଣ୍ଡା ନାମକ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ବାମେଵାରୀ ଫରେଷ୍ଟ ସେକ୍ସନରେ ଏବେ ୧୦ ରୁ ଅଧିକ ହାତୀ ରହିଥିବା ସୂଚନା ରହିଛି ।  ଦୁଇ ଦୁଇଟି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଯୋଡାରୁ ସତ୍ୟଜିତ୍ ଦାସଙ୍କ ରିପୋର୍ଟ ୟୁବିସି ଓଡିଆ ।