20 ଫୁଟ ତଳକୁ ଓଲଟି ପଡି ଥିଲା ଯାତ୍ରୀବାହି ବସ, ଅଧା ରହିଗଲା

20 ଫୁଟ ତଳକୁ ଓଲଟି ପଡି ଥିଲା ଯାତ୍ରୀବାହି ବସ,  ଅଧା ରହିଗଲା

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। କିଏ ଅଧା ରହିଗଲା ମହା ପ୍ରଭୂ ଜଗନ୍ନାଥ ଙ୍କ ଦର୍ଶନ,ଭାରସାମ୍ଯ ହରାଇ ଜାତୀୟ ରାଜପଥ ରୁ 20 ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ।ମର୍ମନ୍ତୁଦ ସଡକ ଦୁର୍ଘଣାରେ ଚାଲିଗଲା 3 ଜଣ ତୀର୍ଥ ଯାତ୍ରୀ ଙ୍କ ଜୀବନ । 23 ରୁ ଉର୍ଧ୍ବ ତୀର୍ଥ ଯାତ୍ରୀ ଆହତ ହୋଇଥିବା ବେଳେ 17 ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଚାଲନ୍ତି ବାଇପାସ ନିକଟରେ ବିଳମ୍ବିତ ରାତି ରେ ଘଟିଛି ଅଘଟଣ ।ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର 57 ଜଣ  ତୀର୍ଥ ଯାତ୍ରୀ କ୍ରିଷ୍ନା ନାମକ ଏକ ତୀର୍ଥ ଯାତ୍ରୀ ବସ ଯୋଗେ ଗତ 18 ତାରିଖ ରୁ  ତୀର୍ଥ ଯାତ୍ରା ପାଇଁ ବାହାରି ଥିଲେ । ହେଲେଗତକାଲି ରାତି ରେ କଲିକତା ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ବାଇପାସ ନିକଟରେ ବସଟି ଭାରସାମ୍ଯ ହରାଇ ଜାତୀୟ ରାଜପଥ ରୁ 20 ଫୁଟ ତଳକୁ ଓଲଟି ପଡି ଥିଲା ।ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ , ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ଦୁର୍ଘଟଣା ପରେ ବସର ଡ୍ରାଇଭର ଏବଂ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି ।ଘଟଣା ସ୍ଥଳରେ ଜଣେ ମହିଳା ଙ୍କ ସମେତ 3 ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ଯୁ ହୋଇଛି ।