ଆଜି କଂଗ୍ରେସରେ ସାମିଲ ହେବେ ଗମାଙ୍ଗ ପରିବାର

ଆଜି କଂଗ୍ରେସରେ ସାମିଲ ହେବେ ଗମାଙ୍ଗ ପରିବାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ କଂଗ୍ରେସକୁ ଘରବାହୁଡ଼ା ହେବ ।  ଆଜି ନୂଆଦିଲ୍ଲୀରେ ଗିରିଧର, ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ । ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିବେ ବୋଲି ସୂଚନା ମିଳିଛି ।

ପିସିସି ସୂତ୍ରରୁ ଜଣାପଡ଼ିଛି ଯେ, ଗମାଙ୍ଗଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ଏବଂ ସଞ୍ଜୟ ଭୋଇ ଗତ ଶନିବାର ନୂଆଦିଲ୍ଲୀରେ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଏହି ନେତାମାନଙ୍କର କଂଗ୍ରେସକୁ ଘରବାହୁଡ଼ା ହେବାର କାର୍ୟ୍ୟକ୍ରମ ରହିଛି । ଆଜି ଏହି ନେତାମାନେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେବେ ।