ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ଯୁବକ ମୃତ

ପୂର୍ବ ଶତ୍ରୁତାରୁ ଗୁଳିମାଡ଼, ଯୁବକ ମୃତ

କଟକ  : ସଦର ଥାନା ଗୋପାଳପୁର ନିକଟ ସୁଭଦ୍ରା ପୁର ସମାପୂର୍ ସାହିରେ ଗୁଳିକାଣ୍ଡ। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହୋଇଛି ଗୁଳି ମାଡ଼। ଭଡ଼ା ରହୁଥିବା ଯାଜପୁର ଅଂଚଳର ରାଜ ମିସ୍ତ୍ରୀ ଚିନ୍ତାମଣି ସାହୁଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିବା ପରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି।

ଚିନ୍ତାମଣିଙ୍କ ପତ୍ନୀ ରଶ୍ମିତାଙ୍କ କହିବା ଅନୁସରେ ପୂର୍ବ ପରିଚିତ ନିକଟ ଅଂଚଳ ର ଜଗନ୍ ପ୍ରଧାନ ଓ ସମ୍ଭୁଆ ଆସି ଚିନ୍ତାମଣିଙ୍କ ସହ କଥା ହେଉଥିଲେ। ହଠାତ୍ ଜଗନ ଗୋଟିଏ ଗୁଳି ଫୁଟାଇ ଥିଲା। ଏହା ଚିନ୍ତାମଣିଙ୍କ ମୁଣ୍ଡରେ ବାଜି ବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଏସସିବି ନେଇ ଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ୍ କରୁଛି।