ଭାରତ ଛାଡ ଆନ୍ଦୋଳନ ସ୍ମୃତିରେ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼
ଭାରତ ଛାଡ ଆନ୍ଦୋଳନ ସ୍ମୃତି କୁ ମନେପକାଇବାକୁ ନେଇ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ସବୁ ଭାରତୀୟ ମାନେ ନିଜ ଘରେ ଜାତୀୟ ପତାକା ଲଗାଇ ଦେଶ ପାଇଁ ଲଢେଇ କରି ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ଙ୍କୁ ସମ୍ମାନ ପ୍ରଦାନ ପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର୍ ବାଲୁକା ଚିତ୍ର କଳା ତିଆରି କରି ହର ଘର ତ୍ରିରଙ୍ଗା କାର୍ଯକ୍ରମ କୁ ସମସ୍ତେ ପାଳନ କରିବାକୁ ବାଲୁକା ଚିତ୍ର କଳା ମାଧ୍ୟମ ରେ ସୁଦର୍ଶନ ବାର୍ତା ଦେଇଛନ୍ତି। ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତ ମାନଚିତ୍ର ର ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ। ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଅଗଷ୍ଟ 9 ତାରିଖରୁ ଅଗଷ୍ଟ 15 ତାରିଖ ଯାଏ ଏହି ହର ଘର ତ୍ରିରଙ୍ଗା ପାଳନ ହେଉଚି। ଏଣୁ ପ୍ରଧାନମନ୍ତ୍ରୀ ଙ୍କ ଆହ୍ଵାନ କୁ ସମସ୍ତେ ଗ୍ରହଣ କରି ଏହି ଅଭିଯାନ ରେ ସାମିଲ ହେବା ଉଚିତ୍। ସେହିପରି ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ତ୍ରିରଙ୍ଗା ଫଟୋ ଲଗେଇ ଥିବାରୁ ଆମେ ସମସ୍ତେ ନିଜ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ଲଗେଇ ବାକୁ ସୁଦର୍ଶନ ବାର୍ତା ଦେଇଛନ୍ତି। ତେବେ ଏହି ସୁନ୍ଦର୍ ବାଲୁକା ଚିତ୍ରକଳା ଦେଖିବାକୁ ପୁରୀ ବେଳାଭୂମି ରେ ବହୁ ପର୍ଯ୍ୟଟକ ଭିଡ଼ ଜମାଇଥିଲେ।