ଏଥର ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଶ୍ରମିକ

ଏଥର ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଶ୍ରମିକ

ନୂଆଦିଲ୍ଲୀ : ଦେଶ ଚଳିତ ବର୍ଷ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ସରକାର ସଂସଦ ଗୃହ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସମେତ ୧୮୦୦ ଲୋକଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି । ଏଥି ସହିତ, ପ୍ରତ୍ୟେକ ରାଜ୍ୟ / ୟୁନିଅନ୍‌ ଟେରିଟୋରୀରୁ ୭୫ ଦମ୍ପତିଙ୍କୁ ମଧ୍ୟ ସେମାନଙ୍କର ପାରମ୍ପାରିକ ପୋଷାକରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି ।

ଏଥିସହ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ସରକାରଙ୍କ ବିଭିନ୍ନ ଯୋଜନା ତଥା ପଦକ୍ଷେପ ପାଇଁ ଉତ୍ସର୍ଗୀକୃତ 'ସେଲଫି ପଏଣ୍ଟ' ଜାତୀୟ ଯୁଦ୍ଧ ମେମୋରିଆଲ, ଇଣ୍ଡିଆ ଗେଟ୍‌, ବିଜୟ ଚକ୍‌ ସମେତ ୧୨ ଟି ସ୍ଥାନରେ କରାଯାଇଛି ।